‘କବିତା କୁସୁମାଞ୍ଜଳି’କୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ମତ

Table of Content

ପୁରୀ, ୧୬/୦୫: ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ବିଶିଷ୍ଟ କବି ଓ ସ୍ତମ୍ଭକାର କୃଷ୍ଣ ଜଗଦେବଙ୍କ ନୂତନ କବିତା ସଂକଳନ ‘କବିତା କୁସୁମାଞ୍ଜଳି’ର ଲୋକାର୍ପଣ ଉତ୍ସବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ସର୍ବସାଧାରଣଙ୍କୁ ଉତ୍ସର୍ଗ କରିଥିଲେ ।

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ‘କବିତା କୁସୁମାଞ୍ଜଳି’ କେବଳ ଏକ କବିତା ସଂକଳନ ନୁହେଁ, ବରଂ ଭକ୍ତିଭାବ, ଦେଶପ୍ରେମ ଓ ସାମାଜିକ ଚେତନାର ଏକ ସୁନ୍ଦର ସମନ୍ୱୟ । ପୁସ୍ତକର ପ୍ରତ୍ୟେକ କବିତାରେ ମାନବିକତା ଓ ସମାଜ ପ୍ରତି ଦାୟିତ୍ୱବୋଧର ସ୍ପଷ୍ଟ ଛାପ ଦେଖିବାକୁ ମିଳେ ବୋଲି ସେ କହିଥିଲେ ।

ସେ ଆହୁରି କହିଥିଲେ ଯେ, କୃଷ୍ଣ ଜଗଦେବ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶ ଓ ପୁରୀ ମାଟିର ସଂସ୍କୃତି ତାଙ୍କ ଚିନ୍ତାଧାରାରେ ପ୍ରତିଫଳିତ ହୋଇଛି । ସମାଜସେବା ଓ ସଂଗଠନମୂଳକ କାର୍ଯ୍ୟରେ ତାଙ୍କ ଅବଦାନ ଅନେକଙ୍କୁ ପ୍ରେରିତ କରିଛି । ନିଜ ଲେଖା ଓ ଚିନ୍ତନ ମାଧ୍ୟମରେ ସେ ସଦା ସମାଜକୁ ସକାରାତ୍ମକ ବାର୍ତ୍ତା ଦେଇଆସୁଛନ୍ତି ।

ପୁସ୍ତକର ପ୍ରଥମ କବିତାକୁ ଉଲ୍ଲେଖ କରି ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଜଡିତ ଏକ ସ୍ମୃତି ମଧ୍ୟ ସେୟାର କରିଥିଲେ । ଜରୁରୀକାଳ ସମୟରେ ମୋଦୀଜୀ ସଂଘ କାର୍ଯ୍ୟକର୍ତ୍ତା ଭାବେ ଓଡ଼ିଶାକୁ ଆସିଥିବା ବେଳେ କୃଷ୍ଣ ଜଗଦେବଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଗଢ଼ିଉଠିଥିଲା । ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ପୁରୁଣା ସହଯୋଗୀଙ୍କୁ ସ୍ମରଣ କରୁଥିବା କଥା ସେ ଉଲ୍ଲେଖ କରିଥିଲେ ।

ସାହିତ୍ୟ, ସଂସ୍କୃତି ଓ ସମାଜସେବାର ସମନ୍ୱୟରେ ‘କବିତା କୁସୁମାଞ୍ଜଳି’ ଆଗାମୀ ପିଢ଼ୀ ପାଇଁ ପ୍ରେରଣାର ଏକ ନୂଆ ଦିଗ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts