ଦୁର୍ଦ୍ଧାନ୍ତ ଅପରାଧୀ କାଳିଆକୁ କାବୁ କଲା ପୁରୁଷୋତ୍ତମପୁର ପୋଲିସ

Table of Content

ଗଞ୍ଜାମ ଜିଲ୍ଲାରେ ପୁଣିଥରେ ପୋଲିସ ଓ ଦୁର୍ଦ୍ଧାନ୍ତ ଅପରାଧୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୁରୁଷୋତ୍ତମପୁର ଥାନା ପୋଲିସର ଏକ ସ୍ୱତନ୍ତ୍ର ଅଭିଯାନ ବେଳେ ୱାଣ୍ଟେଡ୍ ଅପରାଧୀ ଶ୍ୟାମଘନ ବେହେରା ଓରଫ କାଳିଆ ପୋଲିସ ଗୁଳିରେ ଆହତ ହୋଇଛି। ପୋଲିସ ସୂଚନା ଅନୁଯାୟୀ, କାଳିଆ ବିରୋଧରେ ଡକାୟତି, ଲୁଟ୍, ଆକ୍ରମଣ ସମେତ ଏକାଧିକ ଗୁରୁତର ଅପରାଧିକ ମାମଲା ରହିଥିବାରୁ ସେ ଦୀର୍ଘଦିନ ଧରି ପୋଲିସର ୱାଣ୍ଟେଡ୍ ତାଲିକାରେ ଥିଲା। ବିଶ୍ୱସ୍ତ ସୂଚନା ଆଧାରରେ ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ କୋଦଳା ଥାନା ଅନ୍ତର୍ଗତ କିନାରୀ–ଚୁଞ୍ଚିପଡ଼ା ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରିଥିଲା।

ପୋଲିସ ଦଳ କାଳିଆଙ୍କୁ ପିଛା କରୁଥିବା ବେଳେ ସେ ଜଣେ ସହଯୋଗୀଙ୍କ ସହ ମୋଟରସାଇକେଲରେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୋଲିସ ଉପରକୁ ବୋମାମାଡ଼ ଓ ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ପୋଲିସ କର୍ମଚାରୀଙ୍କ ଜୀବନର ସୁରକ୍ଷା ପାଇଁ ଆତ୍ମରକ୍ଷାର୍ଥେ ପାଲଟା ଗୁଳିଚାଳନା କରାଯାଇଥିଲା। ଏଥିରେ କାଳିଆଙ୍କ ଡାହାଣ ଗୋଡ଼ରେ ଗୁଳି ବାଜି ସେ ଆହତ ହୋଇଥିଲେ। ପରେ ପୋଲିସ ତାଙ୍କୁ ତୁରନ୍ତ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ଏନକାଉଣ୍ଟରରେ କୌଣସି ପୋଲିସ କର୍ମଚାରୀ ଆହତ ହୋଇନଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବୋମା ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରାଯାଇଥିବା ନେଇ ପୋଲିସ ତଦନ୍ତ ଜାରି ରଖିଛି। ଅଭିଯୁକ୍ତଙ୍କ ସହଯୋଗୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଧରିବା ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ଗଞ୍ଜାମ ଜିଲ୍ଲାରେ ନିକଟ ଅତୀତରେ ଅପରାଧ ଦମନ ଅଭିଯାନକୁ ପୋଲିସ ଅଧିକ ଜୋରଦାର କରିଥିବା ବେଳେ, ଏହି ଏନକାଉଣ୍ଟରକୁ ଏକ ବଡ଼ ସଫଳତା ବୋଲି ଦେଖାଯାଉଛି। ସଂଗଠିତ ଅପରାଧ ଏବଂ ଦୁର୍ଦ୍ଧାନ୍ତ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି। ଏହି ଘଟଣା ପରେ କବିସୂର୍ଯ୍ୟନଗର ଓ ପୁରୁଷୋତ୍ତମପୁର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ, ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ପୋଲିସ ପକ୍ଷରୁ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ, ଆଗାମୀ ଦିନରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779