TPCODL କ୍ୟାମ୍ପରେ ଲାଇନମ୍ୟାନଙ୍କ ସନ୍ଦେହଜନକ ମୃତ୍ୟୁ

Table of Content

ଆଳି: କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ନୂଆବଜାର ଷ୍ଟାଡିଅମ ଗଳିସ୍ଥିତ TPCODL କ୍ୟାମ୍ପରୁ ବିଦ୍ୟୁତ ବିଭାଗର ଜଣେ ଲାଇନମ୍ୟାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ହେମନ୍ତ ଦାସ (୩୮), ଯିଏ ଦୀର୍ଘଦିନ ଧରି ଆଳି ବିଦ୍ୟୁତ ସେକ୍ସନ ଅଧୀନରେ ଲାଇନମ୍ୟାନ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଗଙ୍ଗାଧର ଗ୍ରାମରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଶନିବାର ସକାଳେ ଡ୍ୟୁଟି ସାରିବା ପରେ ହେମନ୍ତ କ୍ୟାମ୍ପକୁ ଯାଇଥିଲେ। କିଛି ସମୟ ପରେ ସ୍ଥାନୀୟ ଲୋକେ କ୍ୟାମ୍ପର ସଟର ଆଂଶିକ ବନ୍ଦ ଥିବା ଦେଖି ସନ୍ଦେହ କରି ଭିତରକୁ ଚାହିଁବା ବେଳେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ତୁରନ୍ତ ଅନ୍ୟ ବିଦ୍ୟୁତ କର୍ମଚାରୀ ଓ ବିଭାଗୀୟ ଅଧିକାରୀଙ୍କୁ ଖବର ଦିଆଯାଇଥିଲା।

ଘଟଣାର ସୂଚନା ପାଇ ଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଶବବ୍ୟବଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆଳି ବିଦ୍ୟୁତ ସେକ୍ସନ ପକ୍ଷରୁ ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ତଦନ୍ତ ଶେଷ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779