ଯାଜପୁର

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

କଳିଙ୍ଗନଗର ଶିଳ୍ପାଞ୍ଚଳରେ ବର୍ଷା ବିପର୍ଯ୍ୟୟ, ପାଣିରେ ବୁଡ଼ିଲା ମୁଖ୍ୟ ରାସ୍ତା

ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତ ଦୁଇ ଦିନ ଧରି ଲାଗିରହିଥିବା ବର୍ଷା ପରେ ମୁଖ୍ୟ ସଡ଼କର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଦାନଗଦି ବ୍ଲକ ଅନ୍ତର୍ଗତ ଭିସା ପ୍ଲାଣ୍ଟ ପାଚେରୀ ନିକଟ ଏହି ରାସ୍ତା କଳିଙ୍ଗନଗରର ବିଭିନ୍ନ ବୃହତ୍ ଶିଳ୍ପ ସଂସ୍ଥାକୁ ସଂଯୋଗ କରୁଥିବାରୁ ପ୍ରତିଦିନ ହଜାର ହଜାର ଶ୍ରମିକ, କର୍ମଚାରୀ ଓ ଶହ ଶହ ମାଲବାହୀ ଟ୍ରକ୍ ଏହି ପଥ ଦେଇ ଯାତାୟାତ କରନ୍ତି। କିନ୍ତୁ ସାମାନ୍ୟ ବର୍ଷା ହେଲେ ମଧ୍ୟ ରାସ୍ତାଟି ଆଣ୍ଠୁଏ...

ବଡ଼ଚଣାରେ ରହସ୍ୟମୟ ମୃତ୍ୟୁ, ପୋଖରୀରୁ ଉଦ୍ଧାର ଶବ

ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କୁନ୍ଦଳ ପଞ୍ଚାୟତ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସ୍ଥାନୀୟ ଲୋକେ ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖି ତୁରନ୍ତ ବଡ଼ଚଣା ଥାନାକୁ ଖବର ଦେଇଥିଲେ। ସୂଚନା ପାଇବା ପରେ ବଡ଼ଚଣା ପୁଲିସ, ଚଣ୍ଡିଖୋଲ ଆଇଆଇସି ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଖରୀ...

ଉଦୀୟମାନ ପକ୍ଷରୁ ସପ୍ତାହବ୍ୟାପୀ ବନ ମହୋତ୍ସବର ସଫଳ ସମାପନ

ବଡ଼ଚଣା, ଯାଜପୁର: ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ଗଠନର ସଂକଳ୍ପକୁ ନେଇ ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉଦୀୟମାନ’ ପକ୍ଷରୁ ଆୟୋଜିତ ସପ୍ତାହବ୍ୟାପୀ ବନ ମହୋତ୍ସବ କାର୍ଯ୍ୟକ୍ରମର ଭବ୍ୟ ସମାପନ ଧାନମଣ୍ଡଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ହୋଇଛି। ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ବିଭିନ୍ନ ବିଦ୍ୟାଳୟରେ ଆମ୍ବ, ପିଜୁଳି, ଅଁଳା, ଅଶୋକ, ଚମ୍ପା ଆଦି ଫଳ, ଫୁଲ ଓ ଔଷଧୀୟ ଚାରା ରୋପଣ କରାଯିବା ସହ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ...

ଏଣ୍ଡଳବାରେ ବିକାଶ ଧାରା, ଉନ୍ନୟନ କାର୍ଯ୍ୟର ସମୀକ୍ଷା

ଏଣ୍ଡଳବା ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଜନମୁଖୀ ପଦକ୍ଷେପ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଆଡମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ତୃଣମୂଳ ସ୍ତରରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସୁଫଳ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା, ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ ହୋଇଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ଏବଂ ଗ୍ରାମୀଣ ଉନ୍ନୟନକୁ ଅଧିକ ଗତିଶୀଳ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, କୃଷି ବିକାଶ, ଗ୍ରାମୀଣ ଭିତ୍ତିଭୂମିର...

ପ୍ରସ୍ତାବିତ ମଦ ଦୋକାନକୁ ତୀବ୍ର ବିରୋଧ, ଜିଲ୍ଲାପାଳ ଅଫିସ ଘେରିଲେ ଶତାଧିକ ମହିଳା

ଯାଜପୁର ଜିଲ୍ଲାରେ ପ୍ରସ୍ତାବିତ ଏକ ମଦ ଦୋକାନକୁ କେନ୍ଦ୍ର କରି ଅସନ୍ତୋଷ ତୀବ୍ର ହୋଇଛି। ଯାଜପୁର ବ୍ଲକ ଅନ୍ତର୍ଗତ ଆଙ୍କୁଲା ମୌଜାରେ ମଦ ଦୋକାନ ଖୋଲିବା ପ୍ରସ୍ତାବକୁ ବିରୋଧ କରି ଶତାଧିକ ମହିଳା ବୁଧବାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀ ମହିଳାମାନଙ୍କ କହିବା ଅନୁଯାୟୀ, ପ୍ରସ୍ତାବିତ ମଦ ଦୋକାନ ସ୍ଥଳ ନିକଟରେ ଯଯାତି କେଶରୀ ମେଡିକାଲ କଲେଜ ଓ ହୋମିଓପ୍ୟାଥିକ ଚିକିତ୍ସାଳୟ ରହିଛି। ଏପରି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଓ ସ୍ୱାସ୍ଥ୍ୟ ଅନୁଷ୍ଠାନ ପାଖରେ...

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779