ପ୍ରସ୍ତାବିତ ମଦ ଦୋକାନକୁ ତୀବ୍ର ବିରୋଧ, ଜିଲ୍ଲାପାଳ ଅଫିସ ଘେରିଲେ ଶତାଧିକ ମହିଳା

Table of Content

ଯାଜପୁର ଜିଲ୍ଲାରେ ପ୍ରସ୍ତାବିତ ଏକ ମଦ ଦୋକାନକୁ କେନ୍ଦ୍ର କରି ଅସନ୍ତୋଷ ତୀବ୍ର ହୋଇଛି। ଯାଜପୁର ବ୍ଲକ ଅନ୍ତର୍ଗତ ଆଙ୍କୁଲା ମୌଜାରେ ମଦ ଦୋକାନ ଖୋଲିବା ପ୍ରସ୍ତାବକୁ ବିରୋଧ କରି ଶତାଧିକ ମହିଳା ବୁଧବାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବିକ୍ଷୋଭକାରୀ ମହିଳାମାନଙ୍କ କହିବା ଅନୁଯାୟୀ, ପ୍ରସ୍ତାବିତ ମଦ ଦୋକାନ ସ୍ଥଳ ନିକଟରେ ଯଯାତି କେଶରୀ ମେଡିକାଲ କଲେଜ ଓ ହୋମିଓପ୍ୟାଥିକ ଚିକିତ୍ସାଳୟ ରହିଛି। ଏପରି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଓ ସ୍ୱାସ୍ଥ୍ୟ ଅନୁଷ୍ଠାନ ପାଖରେ ମଦ ଦୋକାନ ଖୋଲିବା ଦ୍ୱାରା ସାମାଜିକ ପରିବେଶ ଉପରେ କୁପ୍ରଭାବ ପଡ଼ିବା ସହ ଛାତ୍ରଛାତ୍ରୀ ଓ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେବେ।

ମହିଳାମାନେ ତୁରନ୍ତ ଏହି ପ୍ରସ୍ତାବକୁ ବାତିଲ କରିବା ଏବଂ ମଦ ଦୋକାନ ଖୋଲିବା ଯୋଜନାକୁ ବନ୍ଦ କରିବାକୁ ଦାବି କରିଥିଲେ। ପରେ ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ନିଜ ଦାବି ଉପସ୍ଥାପନ କରିଥିଲେ।

ଆନ୍ଦୋଳନକାରୀମାନେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ପ୍ରଶାସନ ଶୀଘ୍ର ପଦକ୍ଷେପ ନ ନିଏ ଏବଂ ପ୍ରସ୍ତାବିତ ମଦ ଦୋକାନକୁ ବାତିଲ ନ କରେ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ଏବଂ ଏହା ଏକ ବ୍ୟାପକ ଜନଆନ୍ଦୋଳନର ରୂପ ନେବ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଶାସନ ପକ୍ଷରୁ ଦାବିପତ୍ର ଉପରେ ବିଚାର କରାଯିବ ବୋଲି ସୂଚନା ମିଳିଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778