ପାଣିପାଗ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ବୈତ୍ରଣୀର ଜଳସ୍ତର ବଢ଼ିଲା, ତଳିଆ ଅଞ୍ଚଳକୁ ପ୍ରଶାସନର ସତର୍କବାଣୀ

ଉପରମୁଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ଏବଂ ନଦୀ ଅବବାହିକାରେ ଲଗାତାର ବର୍ଷା ଯୋଗୁଁ ବୈତ୍ରଣୀ, ସାଳନ୍ଦୀ ଓ ଜଳକା ନଦୀରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷକରି ଭଦ୍ରକ ଜିଲ୍ଲାର ଆଖୁଆପଦା ଗେଜ୍ ଷ୍ଟେସନ୍‌ରେ ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଥିବାରୁ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ବର୍ତ୍ତମାନ ବିପଦ ସଙ୍କେତ ୧୭.୩୩ ମିଟର ଥିବା ବେଳେ ଦିନ ୪ଟା ସୁଦ୍ଧା ଜଳସ୍ତର ୧୮.୩୩ ମିଟର ଉପରେ ପ୍ରବାହିତ ହେଉଥିବା ସୂଚନା...

ବଙ୍ଗୋପସାଗରରେ ବଳ ଗୋଟାଉଛି ଗଭୀର ଅବପାତ, ଓଡ଼ିଶାରେ ଭାରି ବର୍ଷା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ କ୍ରମେ ଶକ୍ତି ସଞ୍ଚୟ କରି ଗଭୀର ଅବପାତରେ ପରିଣତ ହୋଇଥିବାରୁ ସମଗ୍ର ଓଡ଼ିଶାରେ ପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଗାମୀ ୪୮ ଘଣ୍ଟା ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଗଭୀର ଅବପାତଟି ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା...

ଲଗାଣ ବର୍ଷାରେ ଜନଜୀବନ ଠପ୍, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ସମଗ୍ର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଏହାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପୂର୍ଣ୍ଣ ସତର୍କ ରହିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାପାଳମାନଙ୍କ ସହ ବୈଠକ କରି ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଥିବା ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ନିମ୍ନାଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ରନ୍ଧା ଖାଦ୍ୟ, ତ୍ରିପାଲ, ପାନୀୟ ଜଳ,...

୩ ଦିନ ପ୍ରବଳ ବର୍ଷା: ୧୫ ରାଜ୍ୟକୁ IMDର ହାଇ ଆଲର୍ଟ

ଦେଶବ୍ୟାପୀ ମୌସୁମୀ ବର୍ଷା ଏବେ ଉଗ୍ର ରୂପ ଧାରଣ କରିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ ତିନି ଦିନ ପାଇଁ ଦେଶର ଏକାଧିକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସହ ପଶ୍ଚିମୀ ବିଶୃଙ୍ଖଳାର ପ୍ରଭାବରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇପଡ଼ିଛି। ଏହାର ପ୍ରଭାବରେ ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ହିମାଚଳ ପ୍ରଦେଶ,...

ବର୍ଷା ଓ ବନ୍ୟାରେ ଆସାମ-ଗୁଜରାଟ ଅସ୍ତବ୍ୟସ୍ତ, ହଜାର ହଜାର ପରିବାର ପ୍ରଭାବିତ

ନୂଆଦିଲ୍ଲୀ: ଦେଶର ଦୁଇ ପ୍ରମୁଖ ରାଜ୍ୟ ଆସାମ ଓ ଗୁଜରାଟରେ ଲଗାତାର ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇପଡ଼ିଛି। ବନ୍ୟା ଓ ଭୂସ୍ଖଳନରେ ଦୁଇ ରାଜ୍ୟରେ ମୋଟ ୯୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପାଣି ଘେରରେ ଶହ ଶହ ଗାଁ ଫସି ରହିଥିବାରୁ ଅନେକ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ବିଛିନ୍ନ ହୋଇପଡ଼ିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଧାରକାରୀ ଟିମ୍, NDRF, SDRF...

ପୁଣି ଖୋଲିଲା ହୀରାକୁଦ ଗେଟ୍, ମହାନଦୀ କୂଳବାସୀ ସତର୍କ

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୫୦ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ପ୍ରାୟ ୧ ଲକ୍ଷ ୫୭ ହଜାର ୪୪୨ କ୍ୟୁସେକ୍ ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ, ମୋଟ ୯୩ ହଜାର ୪୦୬ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ସେଥିମଧ୍ୟରୁ ୪ଟି ସ୍ଲୁଇସ୍ ଗେଟ୍ ମାଧ୍ୟମରେ ୬୦ ହଜାର ୫୨ କ୍ୟୁସେକ୍ ଏବଂ କେନାଲ, ପାୱାର ଚ୍ୟାନେଲ୍ ଓ ଶିଳ୍ପ ପ୍ରତିଷ୍ଠାନ ପାଇଁ ୩୩ ହଜାର ୩୫୪ କ୍ୟୁସେକ୍ ଜଳ ଛଡ଼ାଯାଉଛି। ଡ୍ୟାମ୍ କର୍ତ୍ତୃପକ୍ଷଙ୍କ କହିବାନୁସାରେ,...

ବର୍ଷା ସାଜିପାରିଲାନି ବାଧା, ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ଲଘୁଚାପର ପ୍ରଭାବରେ ପବିତ୍ର ଶ୍ରୀକ୍ଷେତ୍ର ପୁରୀରେ ଜାରି ରହିଛି ପ୍ରବଳ ଲଗାଣ ବର୍ଷା। ବୁଧବାର ସକାଳଠାରୁ ସହରର ବିଭିନ୍ନ ଅଞ୍ଚଳରେ ଅବିରତ ବର୍ଷା ହେବାରୁ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଛି ଏବଂ ଅନେକ ନିମ୍ନାଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ପାଣିପାଗ ବିଭାଗ ସକାଳ ସାଢେ ୮ଟା ପର୍ଯ୍ୟନ୍ତ ପୁରୀ ପାଇଁ ରେଡ୍ ଆଲର୍ଟ ଜାରି କରିଥିବା ବେଳେ, ଗତ ୪୫ ଘଣ୍ଟାରେ ୨୧୬ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ନଗର ଉନ୍ନୟନ...

ବର୍ଷିବା ପୂର୍ବରୁ ଗାଏବ ୨୫% ମୌସୁମୀ ବର୍ଷା, ବଢ଼ିଲା ମରୁଡ଼ି ଆଶଙ୍କା

IITMର ବୈଜ୍ଞାନିକମାନଙ୍କ ଅଧ୍ୟୟନ ଅନୁଯାୟୀ, ମେଘରୁ ଖସୁଥିବା ବର୍ଷାବିନ୍ଦୁର ଏକ ବଡ଼ ଅଂଶ ‘ସବ୍-କ୍ଲାଉଡ୍ ଲେୟର’ (Sub-Cloud Layer) ଅର୍ଥାତ୍ ମେଘ ଓ ଭୂପୃଷ୍ଠ ମଧ୍ୟରେ ଥିବା ବାୟୁମଣ୍ଡଳୀୟ ସ୍ତରରେ ହିଁ ବାଷ୍ପୀଭୂତ ହୋଇଯାଏ। ଗବେଷଣାରେ ଏହାର ହାରାହାରି ପରିମାଣ ୨୩ ପ୍ରତିଶତ ବୋଲି ଉଲ୍ଲେଖ କରାଯାଇଛି। ତେବେ ପ୍ରତିଦିନର ପାଣିପାଗ ପରିସ୍ଥିତି ଅନୁଯାୟୀ ଏହି ହାର ୪ ପ୍ରତିଶତରୁ ୬୧ ପ୍ରତିଶତ ପର୍ଯ୍ୟନ୍ତ ବଦଳିପାରେ। ଅତ୍ୟଧିକ ବାଷ୍ପୀଭବନ ଘଟିଥିବା କିଛି ଦିନକୁ ବାଦ ଦେଲେ ମଧ୍ୟ...

ରାଜ୍ୟରେ ପ୍ରବଳ ବର୍ଷାର ପ୍ରକୋପ: ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ସୁଦୃଢ଼ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାର ସମ୍ଭାବନା ଥିବାବେଳେ ଭାରତୀୟ ପାଣିପାଗ ବିଭାଗ (IMD) ବିଭିନ୍ନ ଜିଲ୍ଲା ପାଇଁ ରେଡ୍, ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସମ୍ବଲପୁର, ବରଗଡ଼ ଓ ନୂଆପଡ଼ା ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ରେଡ୍ ଆଲର୍ଟ ଜାରି କରାଯାଇଛି।...

ପ୍ରବଳ ବର୍ଷା ଆଲର୍ଟ: ସାରା ରାଜ୍ୟ ସତର୍କ, ୪ ଦିନ ସମୁଦ୍ରକୁ ମନା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସମଗ୍ର ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ଆସନ୍ତା ୨୪ ଘଣ୍ଟା ପାଇଁ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସୋନପୁର ଓ ସମ୍ବଲପୁର ଜିଲ୍ଲାକୁ ଭୀଷଣ ବର୍ଷା ଆଶଙ୍କାରେ ରେଡ୍ ଆଲର୍ଟ ଜାରି କରିଛି। ଏହା ସହ ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, କେଉଁଝର ଓ ଢେଙ୍କାନାଳ ସମେତ ଅନ୍ୟାନ୍ୟ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ୧୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।...
1 2 3 5

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000780