ଓଡ଼ିଶାରେ ନିର୍ମାଣ ହେବ ଇଣ୍ଟେଲର ପ୍ରଥମ ୟୁନିଟ୍ ,ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ

Table of Content

ଓଡ଼ିଶାର ଶିଳ୍ପ ଓ ପ୍ରଯୁକ୍ତି କ୍ଷେତ୍ର ପାଇଁ ଏକ ବଡ଼ ମାଇଲଖୁଣ୍ଟ ସାବ୍ୟସ୍ତ ହେବାକୁ ଯାଉଛି। ବିଶ୍ୱସ୍ତରୀୟ ପ୍ରଯୁକ୍ତି କମ୍ପାନୀ ଇଣ୍ଟେଲ (Intel) ରାଜ୍ୟରେ ନିଜର ପ୍ରଥମ ସେମିକଣ୍ଡକ୍ଟର ପ୍ୟାକେଜିଂ ୟୁନିଟ୍ ସ୍ଥାପନ କରିବାକୁ ଯାଉଛି। ଏହା ପାଇଁ ଇଣ୍ଟେଲ, ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା ସୂଚନା ମିଳିଛି।

ଭୁବନେଶ୍ୱରର ଇନଫୋ ଭ୍ୟାଲି ଅଞ୍ଚଳରେ ପ୍ରସ୍ତାବିତ ଏହି ପ୍ରକଳ୍ପରେ ପ୍ରାୟ ୨୭ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବାର ସମ୍ଭାବନା ରହିଛି। ପ୍ରକଳ୍ପଟି କାର୍ଯ୍ୟକାରୀ ହେଲେ ରାଜ୍ୟର ଆଇଟି, ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ଶକ୍ତିଶାଳୀ ଇକୋସିଷ୍ଟମ ଗଢ଼ିଉଠିବା ସହ ହଜାର ହଜାର ଦକ୍ଷ ଓ ଅର୍ଦ୍ଧଦକ୍ଷ ଯୁବକ-ଯୁବତୀଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ହେବ।

ଏହି ପ୍ରକଳ୍ପର ଅଗ୍ରଗତି ନେଇ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆମେରିକାସ୍ଥିତ ଇଣ୍ଟେଲ ମୁଖ୍ୟାଳୟ ପରିଦର୍ଶନ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଏହା ରାଜ୍ୟ ସରକାରଙ୍କ ନିବେଶ ଆକର୍ଷଣ ଏବଂ ଉଚ୍ଚ ପ୍ରଯୁକ୍ତି ଶିଳ୍ପ ବିକାଶ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

କେନ୍ଦ୍ର ରେଳ, ସୂଚନା ପ୍ରଯୁକ୍ତି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସଫଳତା ପାଇଁ ସମସ୍ତ ସଂପୃକ୍ତ ପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଭାରତର ସେମିକଣ୍ଡକ୍ଟର ମିଶନକୁ ଆଗକୁ ନେବାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଉଭା ହେବ ଏବଂ ଏହି ପ୍ରକଳ୍ପ ଦେଶର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ନୂଆ ଦିଗ ଦେବ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଏପ୍ରିଲ ମାସରେ ଭୁବନେଶ୍ୱରର ଇନଫୋ ଭ୍ୟାଲିଠାରେ ଭାରତର ପ୍ରଥମ ଅତ୍ୟାଧୁନିକ 3D ସେମିକଣ୍ଡକ୍ଟର ପ୍ୟାକେଜିଂ ଫ୍ୟାସିଲିଟି ପାଇଁ ଶିଳାନ୍ୟାସ କରାଯାଇଥିଲା। ବର୍ତ୍ତମାନ ଇଣ୍ଟେଲର ପ୍ରସ୍ତାବିତ ୟୁନିଟ୍ ସହିତ ଓଡ଼ିଶା ଦେଶର ଉଦୀୟମାନ ସେମିକଣ୍ଡକ୍ଟର ହବ୍ ଭାବେ ନିଜର ପରିଚୟକୁ ଆହୁରି ମଜବୁତ କରିବାକୁ ଯାଉଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778