ମୋଦୀଙ୍କ ଓଡ଼ିଶା ଗସ୍ତ, ବିଜେପି ସରକାର ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ

Table of Content

ଓଡ଼ିଶାରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟକୁ ଆଗାମୀ ଦିନରେ ଗସ୍ତ କରିବେ ବୋଲି ନିଶ୍ଚିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଦୁଇ ବର୍ଷ ପୂର୍ତ୍ତି ଅବସରରେ ଜୁନ୍ ୧୨ ତାରିଖରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ ହେବ, ଯେଉଁଥିରେ ପ୍ରଧାନମନ୍ତ୍ରୀ ଯୋଗଦେଇ ସାଧାରଣ ସଭାକୁ ସମ୍ବୋଧନ କରିବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଚାରି ଦିନ ପୂର୍ବେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରି ଓଡ଼ିଶା ସରକାରର ଦ୍ୱିତୀୟ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆମନ୍ତ୍ରଣ ଦେଇଥିଲେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସକାରାତ୍ମକ ସଙ୍କେତ ମିଳିଥିବା ସୂଚନା ମଧ୍ୟ ରହିଛି।

ଏହି କାର୍ଯ୍ୟକ୍ରମରେ “ବିକଶିତ ଓଡ଼ିଶା – ବିକଶିତ ଭାରତ” ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ଯୋଜନା ଘୋଷଣା ଏବଂ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖାଯିବ ବୋଲି ଯୋଜନା ରହିଛି। ସରକାର ଅଧିକ ସଂଖ୍ୟକ ଲାଭାନ୍ବିତ ହେବା ଯୋଗ୍ୟ ଯୋଜନାଗୁଡ଼ିକୁ ଚୟନ କରି ଘୋଷଣା ପାଇଁ ପ୍ରସ୍ତୁତ କରୁଛନ୍ତି।

ସମସ୍ତ ବିଭାଗକୁ ଯୋଜନା ତାଲିକା ଓ ପ୍ରସ୍ତାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୩୬ ମସିହାରେ ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟକୁ ଧ୍ୟାନରେ ରଖି ଏହି ଯୋଜନାଗୁଡ଼ିକ ପ୍ରସ୍ତୁତ କରାଯାଉଛି। କାର୍ଯ୍ୟକ୍ରମର ନିଶ୍ଚିତ ତାରିଖ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀ ଅନୁଯାୟୀ ଘୋଷଣା ହେବ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778