ନିର୍ବାଚନ କମିଶନ କରିପାରିବେ SIR, ଏହା ଆଇନ୍‌ର ଉଲ୍ଲଂଘନ ନୁହେଁ: ସୁପ୍ରିମକୋର୍ଟ

Table of Content

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR) ପ୍ରକ୍ରିୟାକୁ ନେଇ ଉଠିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ SIR ପ୍ରକ୍ରିୟାକୁ ବୈଧ ଓ ସାମ୍ବିଧାନିକ ବୋଲି କହିବା ସହ ନିର୍ବାଚନ କମିଶନ ତାହାର ଅଧିକାର ସୀମା ମଧ୍ୟରେ ରହି କାର୍ଯ୍ୟ କରିଥିବା ସ୍ପଷ୍ଟ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ବେଞ୍ଚ ବୁଧବାର ଶୁଣାଣି ସମୟରେ କହିଥିଲେ ଯେ, ନିର୍ବାଚନ କମିଶନଙ୍କ ପାଖରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କରିବାର ସଂବିଧାନସମ୍ମତ ଅଧିକାର ରହିଛି। ଏହି ପ୍ରକ୍ରିୟା ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଆବଶ୍ୟକ ବୋଲି କୋର୍ଟ ମତ ପ୍ରକାଶ କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ସାଧାରଣ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାଠାରୁ SIR ଅଲଗା ଓ ବିଶେଷ ପ୍ରକ୍ରିୟା। ତେଣୁ ଏହାକୁ କେବଳ ଭିନ୍ନ ପ୍ରକୃତିର ହେବାରୁ ରଦ୍ଦ କରାଯାଇ ପାରିବ ନାହିଁ। ଆଇନ ଅନୁସାରେ ନିର୍ବାଚନ କମିଶନ ଯେକୌଣସି ସମୟରେ ଏପରି ସଘନ ସଂଶୋଧନ କରିପାରିବେ।

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ସଠିକ୍ ଓ ଭରସାଯୋଗ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା SIRର ପ୍ରମୁଖ ଉଦ୍ଦେଶ୍ୟ ଓ ଏହା ନିର୍ବାଚନ ପ୍ରକ୍ରିୟାର ପାରଦର୍ଶିତାକୁ ମଜବୁତ କରେ।

ସମ୍ବିଧାନର ଅନୁଚ୍ଛେଦ ୩୨୪ ଅନୁଯାୟୀ ନିର୍ବାଚନ ପରିଚାଳନା ସମ୍ବନ୍ଧୀୟ ଶକ୍ତି ନିର୍ବାଚନ କମିଶନଙ୍କ ପାଖରେ ରହିଛି। ଏହି ପ୍ରକ୍ରିୟାରେ କମିଶନ କୌଣସି ଭାବେ ଅଧିକାର ଅତିକ୍ରମ କରିନାହାନ୍ତି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।

ଏହାସହ କୋର୍ଟ କହିଛନ୍ତି ଯେ, SIR ପ୍ରକ୍ରିୟାରେ ପ୍ରଭାବିତ ଲୋକଙ୍କୁ ନୋଟିସ୍ ଦେବା, ମତ ରଖିବା ଓ ଶୁଣାଣିର ସୁଯୋଗ ଦିଆଯାଉଛି। ତେଣୁ ପ୍ରକ୍ରିୟାକୁ ମନମାନି କିମ୍ବା ଅନ୍ୟାୟ ବୋଲି କୁହାଯାଇ ପାରିବ ନାହିଁ।

ସର୍ବୋଚ୍ଚ ଅଦାଲତ ମତ ପ୍ରକାଶ କରିଛନ୍ତି ଯେ, ଏହି ପ୍ରକ୍ରିୟାରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ରହିଛି। କୌଣସି ଲୋକଙ୍କୁ ମନମାନି ଭାବେ ଭୋଟର୍ ତାଲିକାରୁ ବାହାର କରାଯିବ ନାହିଁ। ନୋଟିସ୍, ଯାଞ୍ଚ ଓ ଶୁଣାଣି ଭଳି ବ୍ୟବସ୍ଥା ଲୋକଙ୍କ ଅଧିକାର ସୁରକ୍ଷିତ କରୁଛି ବୋଲି କୋର୍ଟ କହିଛନ୍ତି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778