ରାଜ୍ୟସଭା ଉପନିର୍ବାଚନ ତାରିଖ ଘୋଷଣା; ଦେବାଶିଷଙ୍କ ନାଁ ଚର୍ଚ୍ଚାରେ, କିଏ ଯିବେ ରାଜ୍ୟସଭା?

Table of Content

ଓଡ଼ିଶାର ଗୋଟିଏ ଖାଲି ରାଜ୍ୟସଭା ଆସନ ପାଇଁ ଜୁନ୍ ୧୮ ତାରିଖରେ ଉପନିର୍ବାଚନ ହେବ। ରାଜ୍ୟସଭା ସାଂସଦ ପଦରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଏହି ଆସନ ଖାଲି ପଡ଼ିଥିଲା। ଏବେ ନିର୍ବାଚନ କମିଶନ ଏହି ଆସନ ପୂରଣ ପାଇଁ ସମ୍ପୂର୍ଣ୍ଣ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଜୁନ୍ ୧ ତାରିଖରେ ଉପନିର୍ବାଚନ ସମ୍ବନ୍ଧୀୟ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ୍ ୮ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବାକୁ ଥିବାବେଳେ, ଜୁନ୍ ୯ରେ ଯାଞ୍ଚ ପ୍ରକ୍ରିୟା ହେବ। ପ୍ରାର୍ଥୀମାନେ ଜୁନ୍ ୧୧ ସୁଦ୍ଧା ନାମ ପ୍ରତ୍ୟାହାର କରିପାରିବେ।

ଆବଶ୍ୟକ ହେଲେ ଜୁନ୍ ୧୮ ତାରିଖରେ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ୍ ଗଣନା ହେବ ଓ ଜୁନ୍ ୨୦ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ମେ ୨୫ ତାରିଖରେ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିବା ସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ପରେ ସେ ବିଜେପିରେ ସାମିଲ ହୋଇଥିଲେ। ତାଙ୍କ ଇସ୍ତଫା ପରେ ଖାଲି ହୋଇଥିବା ଏହି ଆସନକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋରଦାର ହୋଇଛି। କିଏ ରାଜ୍ୟସଭାକୁ ଯିବେ, ସେନେଇ ସମସ୍ତଙ୍କ ନଜର ରହିଛି।

ଓଡ଼ିଶାରେ ବିଜେପି ଶାସନକୁ ଆସିବା ପରେ ସଂସଦର ଉଚ୍ଚ ସଦନରେ ଦଳର ପ୍ରଭାବ ବଢୁଥିବା ଦେଖାଯାଉଛି। ଏବେ ରାଜ୍ୟସଭାରେ ବିଜେଡିର ୫ ଜଣ ସାଂସଦ ଅଛନ୍ତି।

ଚଳିତବର୍ଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପିରୁ ମନମୋହନ ସାମଲ ଓ ସୁଜିତ କୁମାର ନିର୍ବାଚିତ ହୋଇଥିଲେ। ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ଦିଲ୍ଲୀପ ରାୟଙ୍କୁ ମଧ୍ୟ ବିଜେପି ସମର୍ଥନ କରି ରାଜ୍ୟସଭା ପଠାଇଥିଲା। ଏହି ତିନି ସାଂସଦଙ୍କ କାର୍ଯ୍ୟକାଳ ୨୦୩୨ ପର୍ଯ୍ୟନ୍ତ ରହିବ।

ସେହିପରି ୨୦୨୪ରେ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଥିଲା। ତାଙ୍କ କାର୍ଯ୍ୟକାଳ ୨୦୩୦ ପର୍ଯ୍ୟନ୍ତ ରହିଛି।

ଅନ୍ୟପକ୍ଷରେ, ବିଜେଡିରୁ ୨୦୨୨ରେ ନିର୍ବାଚିତ ସସ୍ମିତ ପାତ୍ର, ସୁଲତା ଦେଓ ଓ ମାନସ ମଙ୍ଗରାଜଙ୍କ କାର୍ଯ୍ୟକାଳ ୨୦୨୮ ପର୍ଯ୍ୟନ୍ତ ରହିଛି। ୨୦୨୪ରେ ନିର୍ବାଚିତ ଶୁଭାଶିଷ ଖୁଣ୍ଟିଆଙ୍କ କାର୍ଯ୍ୟକାଳ ୨୦୩୦ରେ ସମାପ୍ତ ହେବାକୁ ଥିବାବେଳେ, ଚଳିତବର୍ଷ ନିର୍ବାଚିତ ସନ୍ତୃପ୍ତ ମିଶ୍ରଙ୍କ କାର୍ଯ୍ୟକାଳ ୨୦୩୨ ପର୍ଯ୍ୟନ୍ତ ରହିବ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778