ସାମୁଦ୍ରିକ ପରିବହନ ମାର୍ଗରେ ଅସ୍ଥିରତାର ପ୍ରଭାବ ଭାରତ ଉପରେ ପଡ଼ିଛି। ଏଥିପାଇଁ ସାରା ଦେଶରେ ବଢ଼ିଲା ପେଟ୍ରୋଲ୍, ଡିଜେଲ୍ ଦର। ପେଟ୍ରୋଲ୍ ଲିଟର ପିଛା ୩ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍ ଲିଟର ପିଛା ୩ ଟଙ୍କା ୧୧ ପଇସା ବୃଦ୍ଧି ହୋଇଛି। CNG ଦରରେ ମଧ୍ୟ ୨ ଟଙ୍କା ବୃଦ୍ଧି ହୋଇଛି। ଦର ବୃଦ୍ଧି ହେବା ପରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା 104 ଟଙ୍କା 19 ପଇସା ହୋଇଥିବା ବେଳେ ଡିଜେଲ 95 ଟଙ୍କା 74 ପଇସା ପ୍ରତି ଲିଟର ବିକ୍ରି ହେଉଛି। ଦିଲ୍ଲୀରେ ପେଟ୍ରୋଲ୍ ଲିଟର ୯୭ ଟଙ୍କା ୭୭ ପଇସା ହୋଇଥିବା ବେଳେ ଡିଜେଲ୍ ଲିଟର ପିଛା ୯୯ ଟଙ୍କା ୬୭ ପଇସାରେ ବିକ୍ରି ହେଉଛି।
କାହିଁକି ବଢ଼ିଲା ପେଟ୍ରୋଲ ଡିଜେଲ ଦର ?
ପ୍ରମୁଖ ୫ କାରଣ
1- ସାମୁଦ୍ରିକ ପରିବହନ ମାର୍ଗରେ ଅସ୍ଥିରତା
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସଂକଟରୁ ପରିବହନ ବାଧାପ୍ରାପ୍ତ
ହର୍ମୁଜ ପ୍ରଣାଳୀ ଦେଇ ସ୍ବାଭାବିକ ହୋଇ ପାରୁନି ଜାହାଜ ଚଳାଚଳ
ଭାରତର ତୈଳ ଆମଦାନୀ ବାଧାପ୍ରାପ୍ତ ହୋଇଛି
2- ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି
ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି ଯୋଗୁଁ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଛି
ଫଳରେ ପୁରା ବିଶ୍ବର ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି
ଦୁଇ ଦୁଇଟି ଯୁଦ୍ଧ ସଂକଟର ସାମ୍ନା କରୁଛି ବିଶ୍ବ
ଯାହା ଫଳରେ ବିଶ୍ବରେ ଅଶୋଧିତ ତୈଳ ଦର ବୃଦ୍ଧି ହୋଇଛି
3- ଦର ବୃଦ୍ଧି ଯୋଗୁଁ ତୈଳ କମ୍ପାନୀ ଉପରେ ପଡୁଥିବା ଚାପ
ଦୀର୍ଘ ଦିନ ହେବ ଭାରତରେ ତୈଳ ଦର ବୃଦ୍ଧି ହୋଇନଥିଲା
IOCL ଏବଂ BPCL ଦୀର୍ଘ ଦିନ ଧରି ଦେଶରେ ତୈଳ ଦର ସ୍ଥିର ରଖିଥିଲେ
ଉତ୍ପାଦନ ଖର୍ଚ୍ଚ ୫୦%ରୁ ଅଧିକ ବଢ଼ିଯିବା ଫଳରେ ପ୍ରବଳ କ୍ଷତି ସହୁଥିଲେ କମ୍ପାନୀ
ତୈଳ ଦର ସ୍ଥିର ରଖିବାକୁ ତୈଳ କମ୍ପାନୀ ଗୁଡ଼ିକୁ କ୍ଷତି ସହିବାକୁ ପଡୁଥିଲା
4- ରାଜକୋଷ ଉପରେ ଚାପ
ତୈଳ ସବସିଡି ଏବଂ ଟିକସ ପରିଚାଳନା ବାଧାପ୍ରାପ୍ତ
ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଅଧିକ ସବସିଡି ଦେବା ସମ୍ଭବ ହେଉନାହିଁ
ଧୀରେ ଧୀରେ ଏହା ରାଜକୋଷ ଉପରେ ଚାପ ସୃଷ୍ଟି କରୁଥିଲା
5- ବିଶ୍ବସ୍ତରୀୟ ପରିବହନ ଏବଂ ବୀମା ଖର୍ଚ୍ଚ ବୃଦ୍ଧି
ସାମୁଦ୍ରିକ ପରିବହନରେ ଅସ୍ଥିରତା ଯୋଗୁଁ ବିଶ୍ବସ୍ତରୀୟ ପରିବହନ ଖର୍ଚ୍ଚ ବୃଦ୍ଧି ହୋଇଛି
ବୀମା କମ୍ପାନୀ ଗୁଡ଼ିକ ନିଜର ଦର ବୃଦ୍ଧି କରିଛନ୍ତି
ଯାହା ତୈଳ ପରିବହନକୁ ଅଧିକ ମହଙ୍ଗା କରିଛି
ପଢନ୍ତୁ ଏହି ଖବର:

Total Users : 1000778