ଅନଫଲୋ କରିଥିବା ପୁଅ ବିଷୟରେ ଏମିତି କହିଲେ ବିଜୟ ଥାଲାପତି

Table of Content

ସାଉଥ ସୁପରଷ୍ଟାର ବିଜୟ ଏବେ ତାମିଲନାଡୁ ରାଜନୀତିରେ ବଡ଼ ଚେହେରା ପାଲଟି ସାରିଛନ୍ତି । ଦୁଇ ବର୍ଷ ତଳେ ଗଢିଥିବା ତାଙ୍କ ଦଳ ତାମିଲଗା ଭେଟ୍ରି କାଝାଗାମ (TVK) ଏଥର ନିର୍ବାଚନରେ ଏକକ ବହୁମତ ହାସଲ କରି ରାଜ୍ୟରେ ନୂଆ ସରକାର ଗଢିଛି ଓ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବିଜୟଙ୍କ ଏହି ବିଶେଷ ମୁହୂର୍ତ୍ତର ଅଂଶ ପାଲଟିନାହାନ୍ତି ପତ୍ନୀ ସଙ୍ଗୀତା କି ପିଲା । ତେବେ ନିକଟରେ ବିଜୟଙ୍କ ପୁଅ ତାଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରିଥିଲେ । ଏହାପରେ ଏକ ସାକ୍ଷାତକାରରେ ପୁଅ ସମ୍ପର୍କରେ ବିଜୟ କହୁଥିବା ଏକ ଭିଡିଓ ଏବେ ଭାଇରାଲ ହେଉଛି ।

ବିଜୟଙ୍କ ପତ୍ନୀ ଓ ପିଲା ଶପଥ ଗ୍ରହଣ ସମାରୋହରୁ ଦୂରେଇ ରହିଥିଲେ, ଏପରିକି ନିର୍ବାଚନୀ ପ୍ରଚାର ସମୟରେ ମଧ୍ୟ ସେମାନଙ୍କୁ ଦେଖିବାକୁ ମିଳିଥିଲା । ବିଜୟ ଯେତେବେଳେ ତାଙ୍କ ରାଜନୈତିକ ଦଳ ଲଞ୍ଚ କରିଥିଲେ, ସେତେବେଳେ ସେ ପୁଅର କ୍ୟାରିଅର ସମ୍ପର୍କରେ ଆଲୋଚନା କରିଥିଲେ । ଯାହାକି ଏବେ ଖୁବ ଭାଇରାଲ ହେଉଛି । ବିଜୟ ଓ ତାଙ୍କ ପୁଅର ସମ୍ପର୍କ କିପରି ସେ ସମ୍ପର୍କରେ ଜାଣିବା ଲାଗି ଫ୍ୟାନ୍ସ ବେଶ ଆଗ୍ରହ ପ୍ରକାଶ କରିଛନ୍ତି ।

  • ପୁଅକୁ ନେଇ କଣ କହିଥିଲେ ବିଜୟ ?

୨୦୨୨ରେ ବିଷ୍ଟ ଫିଲ୍ମର ପ୍ରମୋସନ ସମୟରେ, ବିଜୟ ଏକ ସାକ୍ଷାତକାରରେ ପୁଅ ସଞ୍ଜୟ ବିଷୟରେ କହିଥିଲେ । ଉକ୍ତ ସାକ୍ଷାତକାରରେ ବିଜୟଙ୍କୁ ପୁଅ ସଞ୍ଜୟର ଅଭିନୟ ପ୍ରତି ରୁଚି ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ସେତେବେଳେ ବିଜୟ ପୁଅର ଇଚ୍ଛାକୁ ଗୁରୁତ୍ଵ ଦେଇଥିଲେ । ତାଙ୍କ ପୁଅ ଭବିଷ୍ୟତରେ ଯାହା କରିବାକୁ ଚାହୁଁଛି, ସେଥିଲାଗି ତାଙ୍କର ପୂର୍ଣ୍ଣ ସମର୍ଥନ ରହିବ ବୋଲି ବିଜୟ କହିଥିଲେ ।
ସଞ୍ଜୟ ଜଣେ ଅଭିନେତା ହେବାକୁ ଚାହାଁନ୍ତି କି ନାହିଁ ବୋଲି ବିଜୟଙ୍କୁ କରାଯାଇଥିବା ପ୍ରଶ୍ନରେ ସେ କହିଥିଲେ, “ଏ ସମ୍ପର୍କରେ ମୋର ତିଳେ ମାତ୍ର ଧାରଣ ନାହିଁ । ପୁଅ ମୁଣ୍ଡରେ କଣ ଚାଲୁଛି ମୁଁ ଜାଣେନି । ପୁଅକୁ ମୁଁ କୌଣସି ଜିନିଷ ପାଇଁ ବାଧ୍ୟ କରିନାହିଁ । ଏହା ସମ୍ପୂର୍ଣ୍ଣ ତାର ନିଷ୍ପତ୍ତି ହେବ ଏବଂ ଏଥିରେ ମୁଁ ତାକୁ ପୂର୍ଣ୍ଣ ସମର୍ଥନ କରିବି । ମୁଁ କେବେ ସେମାନଙ୍କୁ ଅର୍ଡର ଦିଏନି । ତାଙ୍କ ଇଚ୍ଛା ଯାହା ସେମାନେ କରନ୍ତି ।” ଏହାସହିତ ପୁଅକୁ ସେ କେବେହେଲେ ଅଭିନୟ କରିବାକୁ ବାଧ୍ୟ କରିନଥିବା ମଧ୍ୟ କହିଛନ୍ତି ।

  • ଶପଥ ସମାରୋହକୁ ଆସିଲେନି ପତ୍ନୀ ସଙ୍ଗୀତା

ଚଳିତ ବର୍ଷ ଫେବୃଆରୀରେ ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ଣ୍ଣାଲିଙ୍ଗମ ଛାଡ଼ପତ୍ର ଆବେଦନ କରିଥିବା ଚର୍ଚ୍ଚା ହୋଇଥିଲା । ପ୍ରଶଂସକରୁ ପତ୍ନୀ ପାଲଟିଥିବା ସଙ୍ଗୀତା ବିଜୟଙ୍କ ବିରୋଧରେ ପରକୀୟା ପ୍ରୀତିର ଅଭିଯୋଗ ଆଣି ଛାଡ଼ପତ୍ର ଆବେଦନ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଥିଲା । ହେଲେ ଉଭୟ ଏ ସମ୍ପର୍କରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିନାହାନ୍ତି । ତେବେ ଶପଥ ସମାରୋହରେ ସଙ୍ଗୀତା ଓ ବିଜୟଙ୍କ ପୁଅ ଜେସନ ସଞ୍ଜୟ ଓ ଝିଅ ଦିବ୍ୟା ଶାଶାଙ୍କ ଅନୁପସ୍ଥିତି ଏହି ଦିଗକୁ ଇଙ୍ଗିତ କରୁଛି ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts