ରାଜ୍ୟରେ ଲଗାଣ ବର୍ଷା ଆଶଙ୍କା, ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ

Table of Content

ଓଡ଼ିଶାରେ ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ଅନେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଅଞ୍ଚଳ ଉପରେ ସମୁଦ୍ର ପତନରୁ ପ୍ରାୟ ୧.୫ ରୁ ୫.୮ କିଲୋମିଟର ଉଚ୍ଚତା ମଧ୍ୟରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଜୁଲାଇ ୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି। ମୌସୁମୀର ସକ୍ରିୟତା ଓ ସମ୍ଭାବ୍ୟ ଲଘୁଚାପର ମିଶ୍ର ପ୍ରଭାବରେ ରାଜ୍ୟରେ ଆଗାମୀ ୭ ଦିନ ଯାଏଁ ବ୍ୟାପକ ବର୍ଷା ହୋଇପାରେ।

ପାଣିପାଗ ବିଭାଗ ଅନୁସାରେ, ଆଜିଠାରୁ ୬ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୨ ତାରିଖରୁ ବର୍ଷାର ପରିମାଣ ଅଧିକ ବଢ଼ିବ। ଆଗାମୀ ୨୪ ଘଣ୍ଟା ପାଇଁ ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ଆଶଙ୍କା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି।

ଏହାସହ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ଏବଂ ସର୍ବାଧିକ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ଜୁଲାଇ ୩ ଓ ୪ ତାରିଖରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ସେପଟେ ବିଶ୍ୱ ପାଣିପାଗ ପରିସ୍ଥିତିକୁ ନଜରରେ ରଖିଲେ, ପ୍ରଶାନ୍ତ ମହାସାଗରରେ ଏଲ୍‌ନିନୋ ପ୍ରଭାବ ଧୀରେ ଧୀରେ ସକ୍ରିୟ ହେଉଛି। ବର୍ତ୍ତମାନ ଏହା ଦୁର୍ବଳ ସ୍ଥିତିରେ ଥିବା ବେଳେ ଜୁଲାଇ ଓ ଅଗଷ୍ଟରେ ମଧ୍ୟମ ଏବଂ ସେପ୍ଟେମ୍ବର ସୁଦ୍ଧା ଶକ୍ତିଶାଳୀ ଏଲ୍‌ନିନୋରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଆଗାମୀ ମାସଗୁଡ଼ିକରେ ବର୍ଷାର ପ୍ରକୃତି ଓ ପାଣିପାଗ ଉପରେ ପ୍ରଭାବ ପକାଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778