ଭୟଙ୍କର ହାଇୱେ ଦୁର୍ଘଟଣା: ଭୟାବହ ଧକ୍କାରେ ଏକାଧିକ ଗାଡ଼ି ଚୁର୍ମାର, ୬ ମୃତ

Table of Content

ମହାରାଷ୍ଟ୍ରର ଧୁଳେ ନିକଟସ୍ଥ ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥରେ ରବିବାର ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ଲାଲିଂ ଘାଟ ଅଞ୍ଚଳରେ ପରପରେ ଏକାଧିକ ଗାଡ଼ି ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଜିଲ୍ଲା ହସ୍ପିଟାଲକୁ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ପ୍ରଥମେ ଏକ ଡମ୍ପର ଟ୍ରକ୍ ଓ ଏକ କାର୍ଗୋ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଥିଲା। ଏହା ପରେ ହାଇୱେରେ ଯାଉଥିବା ଅନ୍ୟାନ୍ୟ ଗାଡ଼ି ନିୟନ୍ତ୍ରଣ ହରାଇ ପରସ୍ପରକୁ ଧକ୍କା ଦେଇଥିଲେ। ଏହି ସମୟରେ ମଧ୍ୟପ୍ରଦେଶରୁ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ମଧ୍ୟ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଧକ୍କା ଦେଇଥିଲା।

ଦୁର୍ଘଟଣା ପରେ ହାଇୱେ ପ୍ୟାଟ୍ରୋଲିଂ ଟିମ୍‌, ଟୋଲ୍‌ ପ୍ଲାଜା କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବସ୍‌ଟି ଆସି ଧକ୍କା ଦେବାରୁ ଜଣେ ଟୋଲ୍‌ କର୍ମଚାରୀ ସହ କିଛି ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଦୁର୍ଘଟଣା ପରେ ହାଇୱେରେ ଯାତାୟାତ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା। ରାସ୍ତାରୁ କ୍ଷତିଗ୍ରସ୍ତ ଗାଡ଼ି ହଟାଇବା ସହ ଯାତାୟାତ ସ୍ୱାଭାବିକ କରିବାକୁ ପୋଲିସ ଓ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ପୋଲିସ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ କରିଛି।

ଏପଟେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଆଉ ଏକ ପୃଥକ ସଡ଼କ ଦୁର୍ଘଟଣାରେ ଗାଡ଼ି ଖାଦରେ ପଡ଼ିଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଗଭୀର ଖାଦ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା ସୂଚନା ମିଳିଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts