ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮.୮୩

Table of Content

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ବଜାରରେ ସ୍ପଷ୍ଟ ଭାବେ ଦେଖାଦେଇଛି। ଇରାନକୁ କେନ୍ଦ୍ର କରି ଇସ୍ରାଏଲ ଓ ଆମେରିକା ମଧ୍ୟରେ ବଢୁଥିବା ତଣାତଣି କାରଣରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଯୋଗାଣ ପ୍ରଭାବିତ ହୋଇଥିବାବେଳେ, ତାହାର ସିଧା ପ୍ରଭାବ ଦେଶର ପେଟ୍ରୋଲ ଓ ଡିଜେଲ ଦର ଉପରେ ପଡ଼ିଛି। ଗତ ୧୦ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ଇନ୍ଧନ ଦର ବୃଦ୍ଧି ପାଇଥିବାରୁ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଛି।

୨୫ ମେ’ ୨୦୨୬ ସକାଳ ୬ଟାରୁ ନୂତନ ଦର ଲାଗୁ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା ବୃଦ୍ଧି ପାଇ ୧୦୨.୧୨ ଟଙ୍କାରେ ପହଞ୍ଚିଥିବାବେଳେ ଡିଜେଲ ଦର ୨ ଟଙ୍କା ୭୧ ପଇସା ବଢ଼ି ୯୫.୨୦ ଟଙ୍କା ହୋଇଛି। ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮.୮୩ ଟଙ୍କା ଏବଂ ଡିଜେଲ ଦର ୧୦୦.୫୫ ଟଙ୍କାକୁ ବୃଦ୍ଧି ପାଇଛି।

ଏହା ପୂର୍ବରୁ ୧୫ ମେ’ରେ ପ୍ରାୟ ୩ ଟଙ୍କା, ୧୯ ମେ’ରେ ପ୍ରାୟ ୯୦ ପଇସା ଏବଂ ୨୩ ମେ’ରେ ପୁଣି ପ୍ରାୟ ୯୦ ପଇସା ଦର ବଢ଼ିଥିଲା। ଏହି ନୂତନ ବୃଦ୍ଧିକୁ ମିଶାଇ ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ମୋଟ ୭.୩୫ ଟଙ୍କା ଓ ଡିଜେଲ ୭.୫୩ ଟଙ୍କା ମହଙ୍ଗା ହୋଇଛି।

କେବଳ ସାଧାରଣ ପେଟ୍ରୋଲ ଓ ଡିଜେଲ ନୁହେଁ, ପ୍ରିମିୟମ୍ ଇନ୍ଧନ ଦର ମଧ୍ୟ ବୃଦ୍ଧି ପାଇଛି। XP95 ପେଟ୍ରୋଲ ଦର ୧୦୬.୬୩ ଟଙ୍କାରୁ ବଢ଼ି ୧୦୯.୨୪ ଟଙ୍କା ହୋଇଥିବାବେଳେ XG ଇନ୍ଧନ ଦର ୯୭.୮୧ ଟଙ୍କାରୁ ୧୦୦.୫୨ ଟଙ୍କାକୁ ପହଞ୍ଚିଛି।

ମୁମ୍ବାଇରେ ମଧ୍ୟ ପେଟ୍ରୋଲ ଦର ବଢ଼ି ଲିଟର ପିଛା ୧୧୧.୨୧ ଟଙ୍କା ହୋଇଛି। ସେହିପରି ଭୋପାଳ, ନୋଏଡା, ଜୟପୁର, ପାଟନା, ଗାନ୍ଧୀନଗର ଓ ଗୌହାଟୀ ସହ ଦେଶର ବିଭିନ୍ନ ସହରରେ ମଧ୍ୟ ଇନ୍ଧନ ଦରରେ ବୃଦ୍ଧି ଦେଖାଯାଇଛି।

ବିଶେଷଜ୍ଞମାନଙ୍କ ମତରେ, ମଧ୍ୟପ୍ରାଚ୍ୟର ଅସ୍ଥିର ପରିସ୍ଥିତି ଜାରି ରହିଲେ ଆସନ୍ତା କିଛି ଦିନ ମଧ୍ୟରେ ତେଲ ଦର ଆହୁରି ବଢ଼ିପାରେ। ଏହାର ପ୍ରଭାବ ସିଧାସଳଖ ଭାବେ ପରିବହନ ଖର୍ଚ୍ଚ ଓ ଦୈନିକ ବ୍ୟବହାରୀ ସାମଗ୍ରୀର ମୂଲ୍ୟ ଉପରେ ପଡ଼ିବାର ସମ୍ଭାବନା ରହିଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts