ପିଏମ୍ କିଷାନ ଟଙ୍କା ଆସିବ କି? କେଉଁ ଚାଷୀ ପାଇବେ, କାହାକୁ ମିଳିବ ନାହିଁ ଜାଣନ୍ତୁ

Table of Content

ପିଏମ୍ କିଷାନର ୨୩ତମ କିଷ୍ତି କେବେ? କେଉଁ ଚାଷୀଙ୍କ ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ପୂରା ତଥ୍ୟ

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (PM-KISAN) ଦେଶର କୋଟି କୋଟି ଚାଷୀଙ୍କ ପାଇଁ ବଡ଼ ସହାୟକ ଯୋଜନା ଭାବେ ପରିଣତ ହୋଇଛି। ଚାଷ କାମ ପାଇଁ ଆର୍ଥିକ ସହଯୋଗ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପ୍ରତିବର୍ଷ ଚାଷୀଙ୍କ ଖାତାକୁ ସିଧାସଳଖ ୬ ହଜାର ଟଙ୍କା ପଠାଉଛନ୍ତି। ଏହି ଟଙ୍କା ୩ଟି କିଷ୍ତିରେ ପ୍ରତ୍ୟେକ ଥର ୨ ହଜାର ଟଙ୍କା କରି ଜମା ହୁଏ।

ଗତ ମାର୍ଚ୍ଚ ୧୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅସମର ଗୁୱାହାଟୀରୁ ଯୋଜନାର ୨୨ତମ କିଷ୍ତି ଜାରି କରିଥିଲେ। ଏହି ଅବସରରେ ଡିବିଟି (DBT) ମାଧ୍ୟମରେ ଦେଶର କୋଟି କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଯାଇଥିଲା। ଏବେ ଚାଷୀମାନଙ୍କ ନଜର ରହିଛି ୨୩ତମ କିଷ୍ତି ଉପରେ।

ସୂଚନା ଅନୁଯାୟୀ, PM-KISAN ଯୋଜନାର ପ୍ରଥମ କିଷ୍ତି ଏପ୍ରିଲରୁ ଜୁଲାଇ, ଦ୍ୱିତୀୟ କିଷ୍ତି ଅଗଷ୍ଟରୁ ନଭେମ୍ବର ଓ ତୃତୀୟ କିଷ୍ତି ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ଜାରି କରାଯାଏ। ତେଣୁ ୨୩ତମ କିଷ୍ତି ଜୁନ୍ କିମ୍ବା ଜୁଲାଇ ମାସରେ ଚାଷୀଙ୍କ ଖାତାକୁ ଆସିପାରେ ବୋଲି ଅନୁମାନ କରାଯାଉଛି। ତେବେ ଏନେଇ କୃଷି ମନ୍ତ୍ରଣାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା ହୋଇନାହିଁ।

ତଥାପି କିଛି ଭୁଲ୍‌ ଯୋଗୁଁ ଅନେକ ଚାଷୀଙ୍କ ଖାତାକୁ ଟଙ୍କା ଆସିବା ବନ୍ଦ ହୋଇପାରେ। ବିଶେଷ କରି e-KYC ଅପଡେଟ୍ ନଥିବା, ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ୍ ନ ହେବା କିମ୍ବା ଭୁଲ୍ ତଥ୍ୟ ଥିଲେ କିଷ୍ତି ଅଟକିପାରେ। ସେହିପାଇଁ ଚାଷୀମାନଙ୍କୁ ଶୀଘ୍ର ନିଜର ଡକ୍ୟୁମେଣ୍ଟ ଯାଞ୍ଚ କରି ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି।

ସରକାରଙ୍କ ଏହି ଯୋଜନା ଛୋଟ ଓ ମଝୋଳି ଚାଷୀଙ୍କ ପାଇଁ ବଡ଼ ଆର୍ଥିକ ସହାୟତା ହୋଇଥିବାବେଳେ, ଆଗାମୀ କିଷ୍ତିକୁ ନେଇ ଚାଷୀମାନଙ୍କ ଅପେକ୍ଷା ଆହୁରି ବଢ଼ିଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts