ଦିନିକିଆ ଗସ୍ତରେ ନବରଙ୍ଗପୁର ଆସିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନବରଙ୍ଗପୁର ଠାରେ ଆୟୋଜିତ | ଦଳର ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେବା ସହ ନବରଙ୍ଗପୁର ଲୋକସଭା ସାଂସଦ ଓ ସଂସଦୀୟ କ୍ଷେତ୍ରର ୭ ବିଧାନସଭା କ୍ଷେତ୍ରର ୫ ବିଧାନସଭା ଆସନରେ ବିଜୟୀ ହୋଇଥିବା 4 ବିଜେପି ବିଧାୟକ ଓ ଜଣେ ମନ୍ତ୍ରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ରାଜ୍ୟ ସଭାପତି | ଏହାସହ ଜିଲ୍ଲା ପଦାଧିକାରୀ ଓ ମଣ୍ଡଳ ସଭାପତି ମାନଙ୍କ ସହ ମଧ୍ୟ ରୁଦ୍ଧଦ୍ୱାର ବୈଠକ କରିଛନ୍ତି ରାଜ୍ୟ ସଭାପତି | ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ନବରଙ୍ଗପୁରଜିଲ୍ଲା ପ୍ରଭାରୀମନ୍ତ୍ରୀ ବିଭୁତି ଭୂଷଣ ଜେନା ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଗସ୍ତରେ ଆସି ପହଂଚିବାପରେ ଭବ୍ୟ ସ୍ୱାଗତ କରି ନବରଙ୍ଗପୁର ଇନ୍ଦ୍ରାବତୀ ପଲ ନିକଟରୁ ଶତାଧିକ ବିଜେପି କର୍ମୀମାନେ ବାଇକ ରାଲିରେ 5 କିଲୋମିଟର ଆସି କାର୍ଯ୍ୟକ୍ରମ ସ୍ଥଳ ନବରଙ୍ଗପୁର ରୋକିଷାନ କଲ୍ୟାଣ ମଣ୍ଡପର ସମ୍ମିଳନୀ ଗୃହରେ ପହଞ୍ଚିଥିଲେ |
ଏହାପରେ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ଏହାପରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ବିଜେପିରେ ସାମିଲ ହୋଇଥିବା ଶତାଧିକ କଂଗ୍ରେସ ଓ ବିଜେଡିକର୍ମୀଙ୍କୁ ବିଜେପିକୁ ସ୍ୱାଗତ କରିବାସହ ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ରାଜ୍ୟ ସଭାପତି ମନମୋହନ ସାମଲ | ଉକ୍ତ ବୈଠକରେ ବିଜେପି କାର୍ଯ୍ୟକର୍ତା ମାନଙ୍କ ତ୍ୟାଗ, ତପସ୍ୟା, ଧୌର୍ଯ୍ୟ କାରଣରୁ ଆଜି ଆମେ ଓଡ଼ିଶାରେ ସରକାର ଗଠନ କରିବାରେ ସଫଳ ହୋଇଛୁ | ବିଶ୍ୱର ସବୁଠାରୁ ବଡ ରାଜନୈତିକ ଦଳର କାର୍ଯ୍ୟକର୍ତା ହୋଇଥିବାରୁ କାର୍ଯ୍ୟକର୍ତମାନେ ଗର୍ବ କରିବାର ଆବଶ୍ୟକ ରହିଛି ଏବଂ ବିଜେପି ଅନ୍ୟ ରାଜନୈତିକ ଦଳ ମାନଙ୍କଠାରୁ ଭିନ୍ନ ଏକ ଦଳ, ଏହି ଦଳର ନୀତି, ଆଦର୍ଶକୁ ମାନି ଚଳିଲେ ସାମାନ୍ୟ କାର୍ଯ୍ୟକର୍ତ୍ତାଙ୍କର ମଧ୍ୟ ଭବିଷ୍ୟତ ଉଜ୍ଜଳ ରହିଛି ବୋଲି ରାଜ୍ୟସଭାପତି ମନମୋହନ ସାମଲ କହିଛନ୍ତି | ଏହାପରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବାପରେ, ସ୍ଥାନୀୟ ସର୍କିଟ ହାଉସ ଠାରେ ନବରଙ୍ଗପୁର ସାଂସଦ, ନବରଙ୍ଗପୁର ଲୋକସଭା ସଂସଦୀୟ କ୍ଷେତ୍ର ମାଲକାନଗିରି,କଟପାଡ଼, ନବରଙ୍ଗପୁର, ଝରୀଗାଁ ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ ଓ ଉମରକୋଟ ବିଧାନସଭା କ୍ଷେତ୍ରରେ ବିଜେପି ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ସଙ୍ଘଠନ ବିଷୟରେ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି |
ଏହାପରେ ବିଜେପିର ଜିଲ୍ଲା ପଦାଧିକାରୀ ଓ ମଣ୍ଡଳ ସଭାପତିଙ୍କ ସହ ମଧ୍ୟ ପୃଥକ ପୃଥକ ଭାବେ ରୁଦ୍ଧଦ୍ୱାର ବୈଠକ କରିଛନ୍ତି | ଏହି ବୈଠକ ସାରି ସେ ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି |

Total Users : 1000778