ବିଜେଡିରେ ବଡ଼ ରାଜନୈତିକ ଝଟକା ଲାଗିଛି। ତିନି ଥର ବିଧାୟକ ଓ ଦଳର ପ୍ରାଥମିକ ସଦସ୍ୟ ଥିବା ଦେବାଶିଷ ସାମନ୍ତରାୟ ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ପ୍ରାଥମିକ ସଦସ୍ୟତା ସହିତ ବିଜେଡିକୁ ବିଦାୟ ଜଣାଇଛନ୍ତି।
ସୂଚନା ଅନୁଯାୟୀ, ଶୀଘ୍ର ହିଁ ସେ ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନଙ୍କୁ ଭେଟି ନିଜର ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ପ୍ରଦାନ କରିବେ।
ପୂର୍ବରୁ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଥିବା ଦେବାଶିଷ ସାମନ୍ତରାୟଙ୍କ ଦଳୀୟ ସମ୍ପର୍କ କିଛି ସମୟ ଧରି ଢିଲା ହେଉଥିଲା ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ରହିଛି।
ଦଳ ଭିତରେ ତାଙ୍କର ଅନୁଗତମାନଙ୍କୁ ଯଥୋଚିତ ଗୁରୁତ୍ୱ ନ ମିଳିବା, ଏବଂ ପୂର୍ବରୁ ତାଙ୍କୁ ମିଳିଥିବା ବରିଷ୍ଠ ଉପସଭାପତି ପଦରୁ ଅପସାରଣ ହେବା ଭଳି କାରଣରୁ ଅସନ୍ତୋଷ ବୃଦ୍ଧି ପାଇଥିବା କୁହାଯାଉଛି।
ତାଙ୍କର ଏହି ଇସ୍ତଫା ରାଜ୍ୟ ରାଜନୀତିରେ ନୂତନ ଚର୍ଚ୍ଚାକୁ ଜନ୍ମ ଦେଇଛି।
