ମେଷ
ଆଜି ପାରିବାରିକ ପରିବେଶ ଖୁସିମୟ ରହିବ। ଦୀର୍ଘଦିନ ଧରି ଥିବା ବାଧାବିଘ୍ନ ଦୂର ହେବାର ସମ୍ଭାବନା ରହିଛି। ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ହେବ। କୌଣସି ନୂତନ କାମ ଆରମ୍ଭ କରିପାରନ୍ତି।
ଶୁଭ ରଙ୍ଗ: ଲାଲ୍ | ଶୁଭ ସଂଖ୍ୟା: ୯
ପ୍ରତିକାର: ଗୋମାତାଙ୍କୁ ଘାସ ଖୁଆନ୍ତୁ।
ବୃଷ
ଆଜି ଯାତ୍ରା ଓ କାର୍ଯ୍ୟରେ ସଫଳତା ମିଳିବ। କୋର୍ଟ କିମ୍ବା ପ୍ରଶାସନିକ କାମରେ ଆଶାଜନକ ଫଳ ମିଳିପାରେ। ତେବେ ଅବହେଳା କାରଣରୁ କାର୍ଯ୍ୟକ୍ଷେତ୍ରରେ ସତର୍କ ରହିବା ଆବଶ୍ୟକ।
ଶୁଭ ରଙ୍ଗ: ଧଳା | ଶୁଭ ସଂଖ୍ୟା: ୬
ପ୍ରତିକାର: ଶୁକ୍ରଙ୍କ ମନ୍ତ୍ର ଜପ କରନ୍ତୁ।
ମିଥୁନ
ବନ୍ଧୁଙ୍କ ସହଯୋଗରେ ଅପୂର୍ଣ୍ଣ କାମ ସଫଳ ହେବ। କର୍ମକ୍ଷେତ୍ରରେ କିଛି ବିଳମ୍ବ ଚିନ୍ତା ବଢ଼ାଇପାରେ। ସଭାସମିତିରେ ମତଭେଦ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଶୁଭ ରଙ୍ଗ: ସବୁଜ | ଶୁଭ ସଂଖ୍ୟା: ୫
ପ୍ରତିକାର: ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ।
କର୍କଟ
ପରିବାରରେ ଛୋଟ କଥାକୁ ନେଇ ଭୁଲ ବୁଝାମଣା ହୋଇପାରେ। ସନ୍ତାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ନେଇ ଚିନ୍ତା ବଢ଼ିପାରେ। କର୍ମକ୍ଷେତ୍ରରେ ଆପଣଙ୍କ ଚିନ୍ତାଧାରାକୁ ପ୍ରଶଂସା ମିଳିବ।
ଶୁଭ ରଙ୍ଗ: ଧଳା | ଶୁଭ ସଂଖ୍ୟା: ୨
ପ୍ରତିକାର: ମା’ ଭୁବନେଶ୍ୱରୀଙ୍କ ଆରାଧନା କରନ୍ତୁ।
ସିଂହ
ଦୂରଯାତ୍ରା ଓ କାର୍ଯ୍ୟ ବ୍ୟସ୍ତତା ବଢ଼ିବ। ବିଳମ୍ବରେ ହେଲେ ମଧ୍ୟ ଆପଣ ଆଶାକରିଥିବା ଫଳ ପାଇବେ। ଖାଦ୍ୟପାନୀୟରେ ଅନିୟମିତତା ସ୍ୱାସ୍ଥ୍ୟ ସମସ୍ୟା ଆଣିପାରେ।
ଶୁଭ ରଙ୍ଗ: ନାରଙ୍ଗୀ | ଶୁଭ ସଂଖ୍ୟା: ୧
ପ୍ରତିକାର: ଇଷ୍ଟଦେବୀ ମାତଙ୍ଗୀଙ୍କ ପୂଜା କରନ୍ତୁ।
କନ୍ୟା
ମାନସିକ ଅସ୍ଥିରତା ଯୋଗୁ ନିଜ ଲୋକଙ୍କୁ ଭୁଲ ବୁଝିପାରନ୍ତି। ବ୍ୟବସାୟରେ ଚାପ ରହିଲେ ମଧ୍ୟ ଦୃଢ଼ ସଂକଳ୍ପ ଆପଣଙ୍କୁ ସଫଳତା ଦେବ। କଥାବାର୍ତ୍ତାରେ ସଂଯମ ରଖନ୍ତୁ।
ଶୁଭ ରଙ୍ଗ: ସବୁଜ | ଶୁଭ ସଂଖ୍ୟା: ୫
ପ୍ରତିକାର: ସକାଳୁ କାଉକୁ ଖାଦ୍ୟ ଦିଅନ୍ତୁ।
ତୁଳା
ଅସାବଧାନତା କାରଣରୁ ଧନହାନିର ସୂଚନା ରହିଛି। କର୍ମକ୍ଷେତ୍ରରେ ବାଦବିବାଦ ହେଲେ ମଧ୍ୟ ଶେଷରେ ସଫଳତା ମିଳିବ। ପରିବାରରେ ପୁରୁଣା ବିବାଦ ପୁଣି ଉଠିପାରେ।
ଶୁଭ ରଙ୍ଗ: ଧଳା | ଶୁଭ ସଂଖ୍ୟା: ୬
ପ୍ରତିକାର: ପରଶୁରାମଙ୍କ ପୂଜା କରନ୍ତୁ।
ବିଛା
ବ୍ୟବସାୟରେ ସାମାନ୍ୟ ପରିଶ୍ରମରେ ଭଲ ଫଳ ମିଳିବ। ପୂର୍ବ ସମସ୍ୟାର ସମାଧାନ ସହ ଆର୍ଥିକ ସ୍ଥିତି ମଜବୁତ ହେବ। ପରିବାରରେ ଶାନ୍ତି ଓ ସମ୍ପର୍କରେ ମଧୁରତା ବଢ଼ିବ।
ଶୁଭ ରଙ୍ଗ: ଲାଲ୍ | ଶୁଭ ସଂଖ୍ୟା: ୯
ପ୍ରତିକାର: ନୃସିଂହଙ୍କ ପୂଜା ଓ ମନ୍ତ୍ର ଜପ କରନ୍ତୁ।
ଧନୁ
ନୂତନ କାର୍ଯ୍ୟରେ ସଫଳତା ମିଳିବାରୁ ମନ ପ୍ରଫୁଲ୍ଲିତ ରହିବ। ପରିବାରରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ସ୍ଥଗିତ କାମ ପାଇଁ ଅନ୍ୟଙ୍କୁ ଜବାବ ଦେବାକୁ ପଡ଼ିପାରେ।
ଶୁଭ ରଙ୍ଗ: ହଳଦିଆ | ଶୁଭ ସଂଖ୍ୟା: ୩
ପ୍ରତିକାର: ଶ୍ରୀରାମଙ୍କ ପୂଜା କରନ୍ତୁ।
ମକର
ସାମାଜିକ କ୍ଷେତ୍ରରେ ସମ୍ମାନ ଓ ପ୍ରଶଂସା ମିଳିବ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସଫଳତା ମିଳିପାରେ। ମୂଲ୍ୟବାନ ସାମଗ୍ରୀ କ୍ରୟର ଯୋଗ ରହିଛି।
ଶୁଭ ରଙ୍ଗ: ନୀଳ | ଶୁଭ ସଂଖ୍ୟା: ୮
ପ୍ରତିକାର: ମହାଦେବଙ୍କ ପୂଜାର୍ଚ୍ଚନା କରନ୍ତୁ।
କୁମ୍ଭ
ପାରିବାରିକ ଓ କାର୍ଯ୍ୟକ୍ଷେତ୍ରରେ ଶାନ୍ତି ରହିବ। ସମାଜସେବା ଓ ସଂଗଠନମୂଳକ କାର୍ଯ୍ୟରେ ଆପଣଙ୍କ ସମ୍ମାନ ବଢ଼ିବ। ଧାର୍ମିକ କାର୍ଯ୍ୟପ୍ରତି ରୁଚି ବୃଦ୍ଧି ପାଇବ।
ଶୁଭ ରଙ୍ଗ: ନୀଳ | ଶୁଭ ସଂଖ୍ୟା: ୮
ପ୍ରତିକାର: ରାହୁଙ୍କ ମନ୍ତ୍ର ପାଠ କରନ୍ତୁ।
ମୀନ
ଶାରୀରିକ ଓ ମାନସିକ ଭାବେ ଉନ୍ନତି ହେବ। ପରିବାରରେ ଶାନ୍ତି ଓ ସୁଖବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ର ଓ ପ୍ରଶାସନିକ ସ୍ତରରେ ସଫଳତା ମିଳିପାରେ।
ଶୁଭ ରଙ୍ଗ: ହଳଦିଆ | ଶୁଭ ସଂଖ୍ୟା: ୩
ପ୍ରତିକାର: ତାରାଙ୍କ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ।
