ଆଜି ୬୬ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ସମ୍ମାନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Table of Content

ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନମାନଙ୍କ ମଧ୍ୟରୁ ଅନ୍ୟତମ ‘ପଦ୍ମ ପୁରସ୍କାର’ ପ୍ରଦାନ ଉତ୍ସବ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ହେବ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ପର୍ଯ୍ୟାୟରେ ୬୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିବେ ।

ଚଳିତ ୨୦୨୬ ବର୍ଷ ପାଇଁ କଳା, ସାହିତ୍ୟ, ଶିକ୍ଷା, ସମାଜସେବା, ବିଜ୍ଞାନ, ଔଷଧ, ଶିଳ୍ପ, କ୍ରୀଡା ଏବଂ ଲୋକସେବା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ମୋଟ ୧୩୧ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଏଥିରେ ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ ।

ଏହି ସମ୍ମାନ ତାଲିକାରେ ଓଡ଼ିଶାର ୪ ଜଣ ବିଶିଷ୍ଟ ବ୍ୟକ୍ତି ସ୍ଥାନ ପାଇଥିବାରୁ ରାଜ୍ୟ ପାଇଁ ଏହା ଗର୍ବର ବିଷୟ ପାଲଟିଛି । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପ୍ରହ୍ଲାଦ ନାଟକ କଳାକାର ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯିବ । ସେହିପରି ସାନ୍ତାଳି ଭାଷାବିତ୍‌, ଆଦିବାସୀ ସାହିତ୍ୟ ଓ ସଂସ୍କୃତିର ଗବେଷକ ଏବଂ ସଂରକ୍ଷକ ଚରଣ ହେମ୍ବ୍ରମ୍‌ ମଧ୍ୟ ପଦ୍ମଶ୍ରୀ ପାଇବେ ।

ଏଥିସହ ରାଜ୍ୟର କୁଶଳୀ ବୁଣାକାର ଶରତ କୁମାର ପାତ୍ର ଏବଂ ଜନଜାତି ସାହିତ୍ୟିକ ଓ ଗବେଷକ ମହେନ୍ଦ୍ର କୁମାର ମିଶ୍ରଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ବିଭିନ୍ନ କ୍ଷେତ୍ରରେ ଏମାନଙ୍କ ଅବଦାନକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଥିବାରୁ ସମଗ୍ର ଓଡ଼ିଶାରେ ଖୁସିର ଲହରୀ ଦେଖାଦେଇଛି ।

ପୁରସ୍କାର ବିଜେତାଙ୍କ ମଧ୍ୟରେ ୧୯ ଜଣ ମହିଳା ଥିବା ବେଳେ ୬ ଜଣ ବିଦେଶୀ ଓ ପ୍ରବାସୀ ଭାରତୀୟ ନାଗରିକ ମଧ୍ୟ ସାମିଲ ଅଛନ୍ତି । ପଦ୍ମ ପୁରସ୍କାର ମାଧ୍ୟମରେ ଦେଶର ବିଭିନ୍ନ କ୍ଷେତ୍ରର ଅସାଧାରଣ ପ୍ରତିଭା ଓ ସମାଜ ପାଇଁ ତାଙ୍କର ଅବଦାନକୁ ସମ୍ମାନ ଦିଆଯାଉଛି ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts