ଆଜିଠୁ ନୌତପା ପ୍ରଭାବ, ତାତିରେ ଥରିବ ଜନଜୀବନ

Table of Content

ସମଗ୍ର ଦେଶରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ। ଆକାଶରୁ ଯେପରି ନିଆଁ ବର୍ଷୁଛି, ସେପରି ଅନୁଭବ ହେଉଛି ଜନଜୀବନରେ। ବିଶେଷକରି ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗରମ ଓ ତାତି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ଆଗାମୀ ଆହୁରି ୪ ଦିନ ଏହି ପ୍ରଚଣ୍ଡ ଖରାରୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ସତର୍କ କରିଛି।

ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଲଗାତାର ୪୫ ଡିଗ୍ରି ସେଲସିଅସ୍‌ ଉପରେ ରହୁଛି। ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡ଼ା, ସୋନପୁର ଓ ନୂଆପଡ଼ା ଭଳି ଜିଲ୍ଲାରେ ତାତିର ପ୍ରକୋପ ଅଧିକ ରହିଛି। ଏପଟେ ଉପକୂଳ ଓଡ଼ିଶାରେ ତାପମାତ୍ରା ତୁଳନାମୂଳକ କମ୍‌ ଥିଲେ ମଧ୍ୟ ଆର୍ଦ୍ରତା ବୃଦ୍ଧି ଯୋଗୁଁ ଗୁଳୁଗୁଳି ଲୋକଙ୍କୁ ଦହଗଞ୍ଜ କରୁଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିଠାରୁ ‘ନୌତପା’ ଆରମ୍ଭ ହୋଇଛି। ସୂର୍ଯ୍ୟ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିବା ପରେ ବର୍ଷର ସବୁଠାରୁ ଉଷ୍ଣ ଓ ପ୍ରଭାବଶାଳୀ ୯ ଦିନକୁ ‘ନୌତପା’ ବୋଲି କୁହାଯାଏ। ଏହି ସମୟରେ ସୂର୍ଯ୍ୟଙ୍କ ତାପ ସବୁଠାରୁ ଅଧିକ ରହିଥାଏ। ଚଳିତ ବର୍ଷ ନୌତପା ୨୫ ମେ’ରୁ ଆରମ୍ଭ ହୋଇ ୨ ଜୁନ୍‌ ପର୍ଯ୍ୟନ୍ତ ଚାଲିବ।

ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟର ୨୬ ଜିଲ୍ଲାକୁ ଖରା ଓ ଗୁଳୁଗୁଳି ସତର୍କତା ଜାରି କରାଯାଇଛି। ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝାରସୁଗୁଡ଼ା, ସୋନପୁର, କଳାହାଣ୍ଡି ଓ ନୂଆପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେହିପରି ସମ୍ବଲପୁର ଓ ବଲାଙ୍ଗୀରରେ ଉଷ୍ମ ରାତ୍ରିର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି ହୋଇଛି। ପଶ୍ଚିମ ଓ ଉପକୂଳ ଓଡ଼ିଶାର ପ୍ରାୟ ୧୮ଟି ଜିଲ୍ଲାରେ ଉଷ୍ଣ ଓ ଆର୍ଦ୍ର ପାଗ ପାଇଁ ମଧ୍ୟ ସତର୍କତା ଜାରି କରିଛି ପାଣିପାଗ ବିଭାଗ।

ଡାକ୍ତରମାନେ ଅତ୍ୟାବଶ୍ୟକ କାମ ନଥିଲେ ଦିନ ୧୧ଟାରୁ ବିକେଳ ୪ଟା ମଧ୍ୟରେ ଘରୁ ବାହାରିବାକୁ ବାରଣ କରିଛନ୍ତି। ଅଧିକ ପାଣି ପିଇବା, ହାଲୁକା ଖାଦ୍ୟ ଖାଇବା ଓ ସୂର୍ଯ୍ୟକିରଣରୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778