ନିଆଳିରେ ଅଗ୍ନି ବିଭୀଷିକା, ନିମିଷକେ ଜଳିଗଲା ଦୁଇ ଘର

Table of Content

କଟକ ଜିଲ୍ଲା ନିଆଳି ତହସିଲ ଅନ୍ତର୍ଗତ ପହଙ୍ଗା ପଞ୍ଚାୟତର ବାଲିସାହି ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମର କିଶୋର ତନ୍ଦ୍ର ଭୋଇଙ୍କ ବାସଗୃହରେ ହଠାତ୍ ନିଆଁ ଲାଗିବାରୁ କିଛି ମୁହୂର୍ତ୍ତ ମଧ୍ୟରେ ଅଗ୍ନିଶିଖା ଉଗ୍ର ରୂପ ଧାରଣ କରିଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ରୋଷେଇ ଚୁଲିରୁ ନିଆଁ ବ୍ୟାପି ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ଘରେ ଥିବା ଆସବାବପତ୍ର, ପୋଷାକ, ଦୈନନ୍ଦିନ ବ୍ୟବହାର ସାମଗ୍ରୀ ସହ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଜଳି ନଷ୍ଟ ହୋଇଯାଇଥିବାରୁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି।

ସ୍ଥାନୀୟ ଲୋକମାନେ ନିଆଁ ଦେଖି ତୁରନ୍ତ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ଖବର ପାଇ ନିଆଳି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ଅଗ୍ନିକାଣ୍ଡରେ କୌଣସି ଜୀବନହାନି ଘଟିନଥିବା ସୂଚନା ମିଳିଥିବା ବେଳେ ପରିବାର ସର୍ବସ୍ୱ ହରାଇ ଦୁର୍ଦ୍ଦଶାରେ ପଡ଼ିଛନ୍ତି। ଘଟଣା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଥିବା ବେଳେ ସରକାରୀ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କର ପରିବେଶ ସୃଷ୍ଟି କରିଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779