ମୟୂରଭଞ୍ଜ ଜିଲ୍ଲା ପାଇଁ ଗର୍ବର ବିଷୟ ପାଲଟିଛନ୍ତି ମାତ୍ର ୬ ବର୍ଷ ବୟସର ଚେସ୍ ପ୍ରତିଭା ବିରଭଦ୍ର ବ୍ରହ୍ମା। ରାଜ୍ୟସ୍ତରୀୟ ଚେସ୍ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସେ ଜାତୀୟ ପ୍ରତିଯୋଗିତା ପାଇଁ ଚୟନିତ ହୋଇଥିଲେ। ସମ୍ପ୍ରତି ଅନୁଷ୍ଠିତ ୩୯ତମ ଅଣ୍ଡର-୭ ଜାତୀୟ ଚେସ୍ ଚାମ୍ପିଅନସିପ୍ ରେ ଅଂଶଗ୍ରହଣ କରି ବୀରଭଦ୍ର ଦେଶବ୍ୟାପୀ ପ୍ରତିଯୋଗୀମାନଙ୍କ ମଧ୍ୟରୁ ୩୭ତମ ସ୍ଥାନ ଅଧିକାର କରି ମୟୂରଭଞ୍ଜ ଓ ଓଡ଼ିଶାର ସମ୍ମାନ ବଢ଼ାଇଛନ୍ତି। ବୀରଭଦ୍ର ବର୍ତ୍ତମାନ FIDE ରେଟିଂ ୧୪୬୭ ରହିଛି। ସେ ଓଡ଼ିଶାର ସର୍ବକନିଷ୍ଠ ରେଟେଡ୍ ଚେସ୍ ଖେଳାଳି ଭାବେ ପରିଚିତ।
ଏହା ସହିତ ସେ ଭାରତରେ ଦ୍ୱିତୀୟ ସ୍ଥାନର ସର୍ବକନିଷ୍ଠ ରେଟେଡ୍ ଖେଳାଳି ଏବଂ ବିଶ୍ୱସ୍ତରରେ ନବମ ସ୍ଥାନର ସର୍ବକନିଷ୍ଠ ରେଟେଡ୍ ଚେସ୍ ଖେଳାଳି ଭାବେ ଏକ ବିରଳ ସଫଳତା ହାସଲ କରିଛନ୍ତି। ଏତେ କମ୍ ବୟସରେ ବୀରଭଦ୍ର ଙ୍କ ଏହି ଅସାଧାରଣ ସଫଳତା ଚେସ୍ ଜଗତରେ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତର ସଙ୍କେତ ଦେଉଛି। ତାଙ୍କର ଏହି କୃତିତ୍ୱ ପାଇଁ ପରିବାର, ପ୍ରଶିକ୍ଷକ ଓ ସମଗ୍ର ମୟୂରଭଞ୍ଜବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମୟୂରଭଞ୍ଜର ଏହି ନନ୍ହେଁ ଚେସ୍ ତାରକା ବୀରଭଦ୍ର ବ୍ରହ୍ମା ଭବିଷ୍ୟତରେ ଦେଶ ପାଇଁ ଆହୁରି ଗୌରବ ଆଣିବେ ବୋଲି ସମସ୍ତଙ୍କ ଆଶା।

Total Users : 1000779