ସ୍ମୃତି ମନ୍ଧାନା କହିଲେ – ଭାରତ ଜିତିବ T20 ବିଶ୍ୱକପ୍, ଟିମ୍ ଉପରେ ଦୃଢ଼ ଆତ୍ମବିଶ୍ୱାସ

Table of Content

ଆଗାମୀ ଆଇସିସି ମହିଳା T20 ବିଶ୍ୱକପ୍ ଜୁନ୍ 12 ରୁ ଇଂଲଣ୍ଡରେ ଆରମ୍ଭ ହେବ। ଏହି ମେଗା ଟୁର୍ନାମେଣ୍ଟ ଜୁଲାଇ 5 ପର୍ଯ୍ୟନ୍ତ ଚାଲିବ। ଏହା ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର ଉପକପ୍ତାନ ସ୍ମୃତି ମନ୍ଧାନା ଟିମ୍‌ର ପ୍ରସ୍ତୁତି ଏବଂ ଲକ୍ଷ୍ୟ ନେଇ ମହତ୍ତ୍ୱପୂର୍ଣ୍ଣ ମତ ରଖିଛନ୍ତି।

ସେ କହିଛନ୍ତି, ଏହି ପ୍ରତିଯୋଗିତାରେ ଯେ ଦଳ ସବୁଠାରୁ ଅଧିକ ଫିଟ୍ ଏବଂ ତାଜା ରହିବ, ସେହି ଦଳ ହିଁ ଚ୍ୟାମ୍ପିଅନ୍ ହେବ। ସ୍ମୃତିଙ୍କ ମତାନୁସାରେ, ଏବେ ଅଧିକ ଟେକ୍ନିକାଲ୍ ପରିବର୍ତ୍ତନ ଠାରୁ ବେଶି ଆବଶ୍ୟକ ହେଉଛି ଶରୀରିକ ଫିଟନେସ୍ ଏବଂ ମନୋବଳକୁ ଠିକ୍ ରଖିବା।

ସେ ଆହୁରି କହିଛନ୍ତି, “ମୁଁ ଖେଳକୁ ଠିକ୍ ଭାବରେ କରିବାରେ ଧ୍ୟାନ ଦେଉଛି। ଟେକ୍ନିକାଲ୍ ଦିଗରେ ବଡ଼ ପରିବର୍ତ୍ତନ ଆବଶ୍ୟକ ନୁହେଁ, କିନ୍ତୁ ଫିଟନେସ୍ ହିଁ ସଫଳତାର ମୁଖ୍ୟ କୁଞ୍ଜି।”ସ୍ମୃତି ମନ୍ଧାନାଙ୍କ ଏହି ବକ୍ତବ୍ୟ ଟୁର୍ନାମେଣ୍ଟ ପୂର୍ବରୁ ଟିମ୍‌ର ଆତ୍ମବିଶ୍ୱାସକୁ

 ଆହୁରି ମଜବୁତ କରିଛି।ସେହିପରି, ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ସିରିଜ୍‌ ମାଧ୍ୟମରେ ନିଜ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବାଛି।କୁ ଯାଉଏହି ବିଶ୍ୱକପ୍‌ରେ କେଉଁ ଦଳ ଚ୍ୟାମ୍ପିଅନ୍ ହେବ, ସେଥିପାଇଁ କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ପହଞ୍ଚିଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779