ସନ୍ଦେହଜନକ ଅବସ୍ଥାରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ତଦନ୍ତ ଆରମ୍ଭ

Table of Content

ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନ ଯୁଗଳ ଉପକଣ୍ଠ ଶାଳବଣି ଗ୍ରାମ ପାର୍ଶ୍ୱ ଜଙ୍ଗଲ ନିକଟରୁ ସନ୍ଦେହଜନକ ଅବସ୍ଥାରେ ଏକ ୧୭ ବର୍ଷୀୟା ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତଦେହକୁ ପୁଲିସ ଜଙ୍ଗଲ ମଧ୍ୟରେ ଥିବା ଗଛରୁ ଉଦ୍ଧାର କରିଛି।

ମୃତକ ଝିଅ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଧୀନ ଖଇରଙ୍ଗ ଗ୍ରାମର ସ୍ୱପ୍ନା ପ୍ରଧାନ ଓ କନକ ପ୍ରଧାନଙ୍କ କନ୍ୟା ମିତା ପ୍ରଧାନ ବୋଲି ଚିହ୍ନଟ ହୋଇଛି।

ପ୍ରାରମ୍ଭିକ ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ମୃତକା ଭାଗିରଥିପୁର ଗ୍ରାମର କିଶନ ମାଝୀଙ୍କ ପୁଅ ମାନସିଂ ସହିତ ଇନଷ୍ଟାଗ୍ରାମ ମାଧ୍ୟମରେ ପରିଚିତ ହୋଇଥିଲେ ଏବଂ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିବା ଜଣାପଡ଼ିଛି।

ଘଟଣାଟି ଏବେ ସନ୍ଦେହଜନକ ହେବାରୁ ପୁଲିସ ଏହାର ବିସ୍ତୃତ ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଫେଲିଛି ଏବଂ ସ୍ଥାନୀୟ ଲୋକେ ନ୍ୟାୟିକ ତଦନ୍ତ ଦାବି କରୁଛନ୍ତି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts