ସୌମ୍ୟ ହତ୍ୟାକାଣ୍ଡ: ମିଛ ଧରା ପରୀକ୍ଷାରେ ତଦନ୍ତକୁ ଜୋରଦାର କଲା କ୍ରାଇମବ୍ରାଞ୍ଚ

Table of Content

ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ମୃତ୍ୟୁ ମାମଲାର ତଦନ୍ତରେ କ୍ରାଇମବ୍ରାଞ୍ଚ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ମାମଲାରେ ସୌମ୍ୟଙ୍କ ସାଙ୍ଗ ଓମଙ୍କର ପଲିଗ୍ରାଫ୍ (ଲାଏ ଡିଟେକ୍ସନ) ଟେଷ୍ଟ କରାଯାଇଥିବା ବେଳେ, ଟେଷ୍ଟ ସମୟରେ ଘଟଣାର ବିଭିନ୍ନ ଦିଗକୁ ନେଇ ବିସ୍ତୃତ ପଚରାଉଚରା କରାଯାଇଛି। ସୂଚନା ଅନୁସାରେ, ଓମଙ୍କୁ ୩୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା। ସେଥିରେ ଘଟଣାର କ୍ରମ, ପୂର୍ବରୁ ଦିଆଯାଇଥିବା ବୟାନ ଏବଂ ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ସମ୍ଭାବ୍ୟ ସଂଯୋଗ ସମ୍ପର୍କିତ ପ୍ରସଙ୍ଗ ମଧ୍ୟ ସାମିଲ ଥିବା ଜଣାପଡ଼ିଛି। ପଚରାଉଚରା ସମୟରେ ଓମ ବାରମ୍ବାର ପାଣି ମାଗିଥିବା ସୂଚନା ମଧ୍ୟ ସାମ୍ନାକୁ ଆସିଛି।

କ୍ରାଇମବ୍ରାଞ୍ଚ ବର୍ତ୍ତମାନ ପଲିଗ୍ରାଫ୍ ଟେଷ୍ଟରେ ମିଳିଥିବା ତଥ୍ୟକୁ ଓମ ପୂର୍ବରୁ ଦେଇଥିବା ବୟାନ, ସାକ୍ଷୀଙ୍କ ବୟାନ ଏବଂ ଅନ୍ୟାନ୍ୟ ପ୍ରମାଣ ସହ ମେଳ କରି ଯାଞ୍ଚ କରୁଛି। ତଦନ୍ତରେ କୌଣସି ଅସଙ୍ଗତି କିମ୍ବା ନୂଆ ତଥ୍ୟ ସାମ୍ନାକୁ ଆସିଲେ, ସେହି ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ, ସୌମ୍ୟଙ୍କ ପରିବାର ପକ୍ଷରୁ ଘଟଣା ସହ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କର ମଧ୍ୟ ପଲିଗ୍ରାଫ୍ ଟେଷ୍ଟ କରିବାକୁ ଦାବି କରାଯାଇଛି।

ଏହି ମାମଲାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜାରି ରହିଥିବା ବେଳେ, ତଦନ୍ତର ପ୍ରତ୍ୟେକ ଅଗ୍ରଗତି ଉପରେ ସମସ୍ତଙ୍କ ନଜର ରହିଛି। ପଲିଗ୍ରାଫ୍ ଟେଷ୍ଟର ରିପୋର୍ଟ, ଫରେନସିକ୍ ତଥ୍ୟ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି କ୍ରାଇମବ୍ରାଞ୍ଚ ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିବ। ତଦନ୍ତ ଶେଷ ପରେ ମାମଲାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779