ସାରା ରାତି ଅନିଦ୍ରା: ମହାପ୍ରଭୁଙ୍କ ପହୁଡ଼ ନୀତି ହେଲାନାହିଁ

Table of Content

ପୁରୀ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ଚାଲିଥିବାରୁ ମହାପ୍ରଭୁଙ୍କ ନୀତିରେ ବାରମ୍ବାର ବିଳମ୍ବ ଦେଖାଯାଉଛି। ଫଳରେ ଗତ ୨ ସପ୍ତାହ ମଧ୍ୟରେ ୩ ଥର ଠାକୁରଙ୍କ ପହୁଡ଼ ନୀତି ସମୟରେ ହୋଇପାରିନାହିଁ, ଯାହା ଫଳରେ ସାରା ରାତି ମହାପ୍ରଭୁ “ଅନିଦ୍ରା” ଅବସ୍ଥାରେ ରହିଛନ୍ତି।

ସୂଚନା ଅନୁଯାୟୀ, ଗତ ୧୬ ମେ (ସାବିତ୍ରୀ ଅମାବାସ୍ୟା) ଦିନ ପହୁଡ଼ ନୀତି ବିଳମ୍ବ ହୋଇଥିଲା। ପରେ ବନକଲାଗି ନୀତି ଦିନ ମଧ୍ୟ ରାତି ଅନିଦ୍ରା ଘଟିଥିଲା। ସେହିପରି ଗତକାଲି ମଳମାସ ଏକାଦଶୀରେ ଜଳକ୍ରୀଡା ନୀତି ସମୟରେ ବିଳମ୍ବ ହେବାରୁ ପୁଣି ରାତି ପହୁଡ଼ ନୀତି ହୋଇପାରିନଥିଲା।

ମନ୍ଦିର ନୀତି ଅନୁଯାୟୀ ସାଧାରଣତଃ ରାତିରେ ପହୁଡ଼ ନୀତି ସମ୍ପନ୍ନ ହେବା ଦରକାର ଥିଲେ ମଧ୍ୟ ଭିତର ଚନ୍ଦନ ଯାତ୍ରା କାରଣରେ ପ୍ରାୟ ପ୍ରତିଦିନ ଭୋର ୩ଟାରୁ ୪ଟା ମଧ୍ୟରେ ଏହି ନୀତି ସମ୍ପନ୍ନ ହେଉଛି।

ନୀତି ବିଳମ୍ବ ଓ ଅନିୟମିତତାକୁ ନେଇ ସେବାୟତ ମହଲ ଓ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏହାକୁ ସମନ୍ୱୟ କରି ଆଗାମୀ ଦିନରେ ନୀତି ଶୃଙ୍ଖଳା ସ୍ଥିର କରାଯିବା ଆଶା କରାଯାଉଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779