ବ୍ୟାଗ୍‌ ବିନା ୧୦ ଦିନ ପାଠପଢ଼ା, ଅନୁଭୂତିମୂଳକ ଶିକ୍ଷାକୁ ପ୍ରାଧାନ୍ୟ

Table of Content

ଶିକ୍ଷାବର୍ଷ ୨୦୨୬-୨୭ରେ ଜାରି ରହିବ ୧୦ ଦିନିଆ ବ୍ୟାଗ୍‌ଲେସ୍ ବ୍ୟବସ୍ଥା, ପ୍ରାୟୋଗିକ ଶିକ୍ଷାକୁ ଗୁରୁତ୍ୱ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି (NEP-2020) ଅନୁଯାୟୀ ରାଜ୍ୟର ସ୍କୁଲଗୁଡ଼ିକରେ ଚଳିତ ଶିକ୍ଷାବର୍ଷ ୨୦୨୬-୨୭ରେ ମଧ୍ୟ ୧୦ ଦିନିଆ ‘ବ୍ୟାଗ୍‌ଲେସ୍ ଡେ’ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଛାତ୍ରଛାତ୍ରୀଙ୍କ ଉପରେ ପାଠ୍ୟପୁସ୍ତକର ଚାପ କମାଇବା ସହ ସେମାନଙ୍କୁ ଅନୁଭୂତିମୂଳକ ଓ ପ୍ରାୟୋଗିକ ଶିକ୍ଷା ସହ ଯୋଡ଼ିବା ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ।

ଏହି ୧୦ ଦିନ ମଧ୍ୟରେ ଛାତ୍ରଛାତ୍ରୀମାନେ ପାରମ୍ପରିକ ଶ୍ରେଣୀକକ୍ଷ ପାଠପଢ଼ା ପରିବର୍ତ୍ତେ ବିଭିନ୍ନ କୌଶଳଭିତ୍ତିକ କାର୍ଯ୍ୟକ୍ରମ, ପ୍ରାକ୍ଟିକାଲ ଶିକ୍ଷା, ସ୍ଥାନୀୟ ଶିଳ୍ପ ଓ ଅନୁଷ୍ଠାନ ପରିଦର୍ଶନ, ଏକ୍ସପୋଜର ଭିଜିଟ୍ ଓ ସୃଜନଶୀଳ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବେ। ଏହା ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ଜୀବନମୁଖୀ ଜ୍ଞାନ, ଦକ୍ଷତା ଓ ଆତ୍ମବିଶ୍ୱାସ ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶିକା ଅନୁଯାୟୀ, ଗୋଟିଏ ଶିକ୍ଷାବର୍ଷରେ ମୋଟ ୨୩୦ କାର୍ଯ୍ୟଦିବସ ରହିବ। ଏଥିମଧ୍ୟରୁ ବାର୍ଷିକ ଉତ୍ସବ, କ୍ରୀଡ଼ା ଉତ୍ସବ, ସାଂସ୍କୃତିକ ଓ ଅନ୍ୟାନ୍ୟ ସହଶିକ୍ଷା କାର୍ଯ୍ୟକ୍ରମ ପାଇଁ ୨୦ ଦିନ ନିର୍ଦ୍ଧାରିତ ହୋଇଛି। ଏହାକୁ ବାଦ ଦେଲେ ବର୍ଷକୁ ୧୯୦ ଦିନ ପ୍ରକୃତ ଶିକ୍ଷାଦାନ ଦିବସ ଭାବେ ଗଣନା କରାଯିବ।

ସ୍କୁଲ ସମୟସୂଚୀ ଅନୁଯାୟୀ, ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ବିଦ୍ୟାଳୟ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଶନିବାର ଦିନ ସ୍କୁଲ ସକାଳ ୬ଟା ୩୦ ମିନିଟରୁ ମଧ୍ୟାହ୍ନ ୧୨ଟା ୩୦ ମିନିଟ ପର୍ଯ୍ୟନ୍ତ ଖୋଲା ରହିବ।

ଶିକ୍ଷାବିତମାନଙ୍କ ମତରେ, ବ୍ୟାଗ୍‌ଲେସ୍ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ବ୍ୟବହାରିକ ଜ୍ଞାନ ଏବଂ ବାସ୍ତବ ଜୀବନ ସହ ଶିକ୍ଷାର ସମ୍ପର୍କକୁ ଆହୁରି ଦୃଢ଼ କରିବ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts