ବ୍ରହ୍ମପୁର ହଣାକଟା ପଛରେ ଜୁଆ ଖେଳ ଲିଙ୍କ୍, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

Table of Content

ବ୍ରହ୍ମପୁର ଅମ୍ବିକା ନଗରରେ ଘଟିଥିବା ହଣାକଟା ଘଟଣା ପଛରେ ଜୁଆ ଖେଳ ଲିଙ୍କ୍ ଥିବା ଚାଞ୍ଚଲ୍ୟକର ସୂଚନା ସାମ୍ନାକୁ ଆସିଛି। ପୋଲିସ ତଦନ୍ତ ଅନୁଯାୟୀ, ଆକ୍ରମଣରେ ଜଡିତ ଦୁଇଟି ପ୍ରତିଦ୍ୱନ୍ଦୀ ଗୋଷ୍ଠୀ ହେଉଛନ୍ତି ମଙ୍ଗଳା ବେହେରା ଓ ଜଗା–ବଳିଆ ଗ୍ୟାଙ୍ଗ, ଯେଉଁମାନେ ଅଞ୍ଚଳରେ ପୃଥକ ପୃଥକ ଜୁଆ ନେଟୱର୍କ ଚଳାଇଥିବା ସନ୍ଦେହ ରହିଛି।

ସୂଚନା ଅନୁଯାୟୀ, ୨୦୧୯ ଠାରୁ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଭୁତ୍ୱ ଓ ବିରୋଧ ଚାଲିଆସୁଛି। ଏହି ସଂଘର୍ଷ କେତେବେଳେ କେତେବେଳେ ହିଂସାତ୍ମକ ରୂପ ନେଇଥିବା ସହ ଅନେକଥର ମୁହାଁମୁହିଁ ଘଟଣା ମଧ୍ୟ ଘଟିଛି।

ପୂର୍ବରୁ ଗତ ଏପ୍ରିଲ ୨୫ ତାରିଖରେ ବଳିଆ ଗୋଷ୍ଠୀ ସମର୍ଥକ ଇନ୍ଦିରା ସାହୁଙ୍କ ଘର ଉପରେ ବୋମାମାଡ଼ ହୋଇଥିଲା। ଏହି ମାମଲାରେ ମଙ୍ଗଳା ଓ ତାଙ୍କ ସମର୍ଥକମାନେ ଗିରଫ ହୋଇ ଜେଲ୍ ଯାଇଥିଲେ। ସେମାନେ ପ୍ରାୟ ପାଞ୍ଚ ଦିନ ପୂର୍ବରୁ ଜାମିନରେ ମୁକ୍ତ ହୋଇଥିବା ଜଣାପଡ଼ିଛି।

ଗତକାଲି ଅମ୍ବିକା ନଗର ରାସ୍ତାରେ ଏକୁଟିଆ ଥିବା ମଙ୍ଗଳା ବେହେରାଙ୍କୁ ଖବର ପାଇ ଜଗା ଓ ବଳିଆ ଗୋଷ୍ଠୀ ଆକ୍ରମଣ କରିଥିଲେ। ଏକୁଟିଆ ସୁଯୋଗ ନେଇ କଟୁରୀରେ ତାଙ୍କୁ ଗୁରୁତର ଭାବେ ଆଘାତ କରାଯାଇଥିଲା। ବର୍ତ୍ତମାନ ଗୁରୁତର ମଙ୍ଗଳା ବ୍ରହ୍ମପୁର ଟ୍ରମା କେୟାରରେ ଚିକିତ୍ସାଧୀନ ଅଛନ୍ତି ଓ ତାଙ୍କ ଅବସ୍ଥା ଗୁରୁତର ରହିଛି।

ପୋଲିସ ରେକର୍ଡ ଅନୁଯାୟୀ, ଉଭୟ ଗୋଷ୍ଠୀର ନାମରେ ଡକାୟତି, ରାହାଜାନି, ହତ୍ୟା ଚେଷ୍ଟା ଓ ଦାଦାବଟି ଆଦାୟ ସହିତ ୫ରୁ ୬ଟି ଗୁରୁତର ମାମଲା ରହିଛି। ଘଟଣା ପରେ ପୋଲିସ ଜଗାକୁ ଏନକାଉଣ୍ଟର କରିଛି, ଯେତେବେଳେ ବଳିଆ ଏବେ ମଧ୍ୟ ଫେରାର ରହିଛି।

ପୋଲିସ ଏହି ସମଗ୍ର ଘଟଣାର ଗଭୀର ତଦନ୍ତ କରୁଛି ଏବଂ ଅଞ୍ଚଳରେ ସୁରକ୍ଷା ବଢ଼ାଯାଇଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779