ବିଦ୍ୟୁତ କର୍ମଚାରୀଙ୍କୁ ଗ୍ରାମବାସୀ ଅଟକ ରଖିଲେ: ସେବା ବିଘ୍ନକୁ ନେଇ ଉତ୍ତେଜନା

Table of Content

ବିଦ୍ୟୁତ କର୍ମଚାରୀଙ୍କୁ ଗ୍ରାମବାସୀ ଅଟକ ରଖିବା ଘଟଣା: ପୁଲିସ ହସ୍ତକ୍ଷେପ ପରେ ଉଦ୍ଧାର, କାଳବୈଶାଖୀ ପରେ ବିଦ୍ୟୁତ ସଙ୍କଟରେ ଅସନ୍ତୋଷ ତୀବ୍ର

ମାଲକାନଗିରି ଜିଲ୍ଲା ଏମଭି-୬ ଓ ଆସପାସ ଗ୍ରାମରେ କାଳବୈଶାଖୀ ଝଡ଼ ପରେ ତିନି ଦିନ ଧରି ବିଦ୍ୟୁତ ସରବରାହ ଠପ୍ ହୋଇଯିବାରୁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟୁତ ବିଭାଗକୁ ବାରମ୍ବାର ସୂଚନା ଦେଇ ମଧ୍ୟ ସମାଧାନ ନ ମିଳିବାରୁ ଗତକାଲି ଟାଟା ପାୱାରର ୪ ଜଣ କର୍ମଚାରୀ ଗାଁକୁ ପହଁଚିବା ସମୟରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଘେରି ଅଟକ ରଖିଥିଲେ। କିଛି ସ୍ଥାନରେ ଆକ୍ରମଣ ଅଭିଯୋଗ ମଧ୍ୟ ଉଠିଛି।

ପରିସ୍ଥିତି ଅଣାୟତ୍ତ ହେବା ପରେ ପୁଲିସ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଁଚି କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ପରେ ତୁରନ୍ତ ସମାଧାନ ଓ ବିଦ୍ୟୁତ ପୁନଃସ୍ଥାପନ ପାଇଁ ଆଶ୍ୱାସନ ଦିଆଯାଇଥିଲା, ଯାହା ପରେ ସ୍ଥିତି ଶାନ୍ତ ହୋଇଥିଲା।

ଅନ୍ୟପଟେ ସୋନପୁରରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ ସେବା ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ମରାମତି କାମ ବିଳମ୍ବିତ ହୋଇଛି। ଫଳରେ କିଛି ଅଞ୍ଚଳରେ ଏପର୍ଯ୍ୟନ୍ତ ବିଦ୍ୟୁତ ପୁନଃସ୍ଥାପନ ହୋଇନାହିଁ।

ଏହି ପରିସ୍ଥିତିକୁ ନେଇ ସ୍ଥାନୀୟ ଲୋକେ ଓ ମହିଳାମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଘେରାଉ କରି ତୁରନ୍ତ ବିଦ୍ୟୁତ ସେବା ସ୍ୱାଭାବିକ କରିବା ଦାବି କରିଛନ୍ତି। ପ୍ରଶାସନ ପକ୍ଷରୁ ଅଗ୍ନିଶମ, ବିଦ୍ୟୁତ ବିଭାଗ ଓ ସ୍ଥାନୀୟ ଅଧିକାରୀମାନେ ମିଶି ଯୁଦ୍ଧସ୍ତରରେ ମରାମତି କାମ ଜାରି ରଖିଛନ୍ତି।

ପ୍ରଶାସନ ତରଫରୁ ଶୀଘ୍ର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସେବା ସ୍ୱାଭାବିକ କରାଯିବ ବୋଲି ଆଶ୍ୱାସନ ଦିଆଯାଇଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779