“ଗାଁରେ ଜଳ ସଙ୍କଟ ତୀବ୍ର: ପାଣି ଟାଙ୍କି ଥିଲେ ମଧ୍ୟ ଲୋକେ ଅସୁବିଧାରେ”

Table of Content

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ କେନ୍ଦୁପଦର ଗ୍ରାମ ପଞ୍ଚାୟତର ରାଙ୍କୁଡା ଗ୍ରାମରେ ଏବେ ଗୁରୁତର ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମରେ ୬୦ରୁ ଅଧିକ ପରିବାର ବସବାସ କରୁଥିବା ସତ୍ତ୍ୱେ ପାନୀୟ ଜଳ ଯୋଗାଣ ପାଇଁ ନିର୍ମିତ ଏକ ବଡ଼ ପାଣି ଟାଙ୍କି ୪ ବର୍ଷ ହେଲା ଅକାର୍ଯ୍ୟକର ଅବସ୍ଥାରେ ପଡ଼ି ରହିଛି।

ଫଳସ୍ୱରୂପ, ଗ୍ରାମବାସୀମାନେ ଏବେ ଏକମାତ୍ର ନଳକୂପ ଉପରେ ନିର୍ଭର କରି ଜୀବନ ଯାପନ କରୁଛନ୍ତି। ଖରା ଦିନରେ ପାଣି ପାଇଁ ଲମ୍ବା ଲାଇନ୍ ଲାଗୁଥିବା ସହ ମହିଳାମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି ପାଣି ସଂଗ୍ରହ କରୁଛନ୍ତି। ଏହା ସହିତ ଯେ ପାଣି ମିଳୁଛି, ତାହା ମଧ୍ୟ କଳଙ୍କି ମିଶ୍ରିତ ଥିବାରୁ ସ୍ୱାସ୍ଥ୍ୟ ଜଟିଳତାର ଆଶଙ୍କା ବଢ଼ିଛି।

ଗ୍ରାମବାସୀମାନେ ବାରମ୍ବାର ସମ୍ବନ୍ଧିତ ବିଭାଗୀୟ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ ଦୀର୍ଘ ୪ ବର୍ଷ ଧରି ସମସ୍ୟାର ସମାଧାନ ହୋଇପାରିନାହିଁ। ଫଳରେ ଗ୍ରାମରେ ପାନୀୟ ଜଳ ସଙ୍କଟ ଏବେ ଗମ୍ଭୀର ରୂପ ନେଇଛି। ଲୋକମାନେ ଶୀଘ୍ର ସ୍ଥାୟୀ ସମାଧାନ ଦାବି କରୁଛନ୍ତି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779