ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଗିନିନାସୀ ଗ୍ରାମରେ ମା ‘ ପାଦୁକେଇ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ମୁଖ୍ୟ ପଣ୍ଡିତ ଶ୍ରୀ ଟୁକୁନା କୁମାର କର,ପଣ୍ଡିତ ବିଦ୍ୟାଧର ଦାସ,ପଣ୍ଡିତ ଶ୍ରୀ ଟୁକୁନା ଦାସ ଓ ଗିଲିନାସୀ ଗ୍ରାମବାସୀଙ୍କ ତତ୍ତ୍ୱାବଧାନରେ ତା – ୨୪-୦୬-୨୦୨୬ ବୁଧବାର ଦିନ ପ୍ରାତଃ ସମୟରୁ ଗ୍ରାମ୍ୟ ପୁଷ୍କରଣିରୁ ପଣ୍ଡିତମାନଙ୍କ ଦ୍ୱାରା ଯଥାବିଧି ପୂଜା ଅନୁଷ୍ଠିତ ପରେ ତିନିଶହରୁ ଉର୍ଦ୍ଧ ମହିଳା ଜଳପୂର୍ଣ୍ଣ କଳସକୁ ମୁଣ୍ଡରେ ଧାରଣ କରି ଘଣ୍ଟଘଣ୍ଟା ବାଦ୍ୟନାଦ ହରିବୋଲ ହୁଳହୁଳି ଏବଂ ନାମ ସଂକୀର୍ତ୍ତନ ନାଦରେ ଗ୍ରାମ୍ୟ ପରିକ୍ରମା କରି ଆସି ଥାଲା ମଣ୍ଡପ ନିକଟରେ ଉପସ୍ଥିତ ହୋଇଥିଲେ ତତ୍ପରେ ଅଙ୍କୁରାରୋପୋଣ, ମଣ୍ଡଳ ସ୍ଥାପନ ଦୀକ୍ଷା ଗ୍ରହଣ ଆଦି ନୀତି ସମ୍ପୂର୍ଣ୍ଣ ହୋଇଥଲା । ତା ପର ଦିନଠାରୁ ଚବିଶି ପ୍ରହାର ନାମଯଜ୍ଞ ଘୃତଯଜ୍ଞ ଏବଂ ଅନ୍ନ ଯଜ୍ଞ ପ୍ରତ୍ୟହ ତିରିଶି ହଜାର ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ବେବସ୍ତା କରାଯାଇଥିଲା ଏବଂ ସଭାପତି,ସମ୍ପାଦକ ଏବଂ ୧୪ଜଣିଆ କମିଟି ଓ ମା’ ପାଦୁକେଇ ଯୁବକ ସଂଘ ର ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମର ପ୍ରତ୍ୟେକ ଦ୍ୱାରରେ ପୂର୍ଣ୍ଣକୁମ୍ଭ ସ୍ଥାପନ ଓ ଅହରହ ନାମ ସଂକ୍ରିତନ କରି ଗ୍ରାମ ପରିକ୍ରମା କରୁଥିଲେ । ତତ୍ସହିତ ଆମ ପୁସ୍ତକ ମେଳା ସମ୍ପାଦକ ଶ୍ରୀ ବିଷ୍ଣୁପ୍ରସାଦ ଦଳେଇ ଓ ଯୁବକବି ଗଗନ ବିହାରୀ ପ୍ରଧାନ ଏବଂ ଗିଲିନାସି ହାଇ ସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁମାର ପ୍ରଧାନ,ଆମ ପୁସ୍ତକ ମେଳାର ସଦସ୍ୟ ସଦାନନ୍ଦ ଗୌଡ଼, କାଶୀନାଥ ଜେନା, ସନାତନ ତରେଇ, ବିଦ୍ୟାଧର ପ୍ରଧାନ, ଲଳିତ କୁମାର ସ୍ୱାଇଁ, ନିର୍ମଳ ରଣସିଂହ, କେ. ରାଜ୍ ଗୋପାଳ ଆଚାରୀ , ଯୁବକବି ମନୋଜ କୁମାର ବାରିକ ଓ ଯୁବ ସାମ୍ବାଦିକ ଦେବେନ୍ଦ୍ରନାଥ ଦଳାଇ ଓ ଗ୍ରାମର ସଂକ୍ରୀତନ ମଣ୍ଡଳୀ ସଦସ୍ୟ ଶ୍ରୀଯୁକ୍ତ କବିରାଜ ପ୍ରଧାନଙ୍କ ନେତୃତ୍ୱରେ ଏକ ଆଧ୍ୟାତ୍ମିକ ପୁସ୍ତକ ମା ‘ ପାଦୁକେଇ (ବିଜେ ଗିଲିନାସୀ) ,ପୁସ୍ତକ ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଉନ୍ମୋଚନ ହୋଇଥିଲା ।ଏହି କାର୍ଯ୍ୟକ୍ରମ ଆହୁରି ଦୁଇଦିନ ଚାଲିବ ବୋଲି କମିଟି ତରଫରୁ ସୂଚନା ମିଳିଛି ଏବଂ ଏହିଭଳି ଆଧ୍ୟାତ୍ମିକ କାର୍ଯ୍ୟ ଚାଲିବା ଦ୍ୱାରା ଗ୍ରାମର ମଙ୍ଗଳ ହେବା ସଙ୍ଗେ ସଙ୍ଗେ ମଣିଷ ମାନଙ୍କ ହୃଦୟରେ ଏକ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହେଉଛି ବୋଲି କିଛି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ସୁଚରରୁପେ ସମ୍ପୂର୍ଣ୍ଣ ହୋଇଥିଲା ।

Total Users : 1000779