ଆଜିର ରାଶିଫଳ: ଜାଣନ୍ତୁ ୧୨ ରାଶିର ଭବିଷ୍ୟତ

Table of Content

ମେଷ
ଆଜି ମିତ୍ରଙ୍କ ସହଯୋଗରେ ଅନେକ କାମ ସଫଳ ହେବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥଙ୍କ ସମର୍ଥନ ମିଳିବାରୁ ଆତ୍ମବିଶ୍ୱାସ ବଢ଼ିବ। ବ୍ୟବସାୟୀମାନେ ବିଶେଷ ଲାଭ ପାଇପାରନ୍ତି। ପରିବାରରେ ଶାନ୍ତି ଓ ସୁଖ ବଜାୟ ରହିବ।
ଶୁଭ ରଙ୍ଗ: ଲାଲ
ଶୁଭ ସଂଖ୍ୟା: ୯
ପ୍ରତିକାର: କିଛି ମିଠା ଖାଇ ଘରୁ ବାହାରନ୍ତୁ।

ବୃଷ
ପରିବାରରେ ସାମାନ୍ୟ କଥାକୁ ନେଇ ମତଭେଦ ହୋଇପାରେ। ବନ୍ଧୁଙ୍କ ସହ ବ୍ୟବହାରରେ ସତର୍କ ରୁହନ୍ତୁ। ରାଜନୀତି, ପ୍ରଶାସନ ଓ ସାମାଜିକ କ୍ଷେତ୍ରରେ ସଫଳତା ମିଳିବ। ପୁରୁଣା ବିବାଦ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରେ।
ଶୁଭ ରଙ୍ଗ: ଧଳା
ଶୁଭ ସଂଖ୍ୟା: ୬
ପ୍ରତିକାର: ମଙ୍ଗଳା ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

ମିଥୁନ
ଚୁକ୍ତି, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଦିନଟି ଶୁଭ। କଳା ଓ ସାହିତ୍ୟ ପ୍ରତି ଆଗ୍ରହ ବଢ଼ିବ। ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ସଫଳତା ମିଳିପାରେ। ସାମାଜିକ ପରିଚୟ ବୃଦ୍ଧି ପାଇବ।
ଶୁଭ ରଙ୍ଗ: ସବୁଜ
ଶୁଭ ସଂଖ୍ୟା: ୫
ପ୍ରତିକାର: ବୁଧ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କର୍କଟ
ଆଜି ଇଚ୍ଛା ପୂରଣର ସମ୍ଭାବନା ରହିଛି। କୌଣସି ଅପ୍ରତ୍ୟାଶିତ ଖବରରେ ସାମୟିକ ଚିନ୍ତା ହୋଇପାରେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଭଲ ଫଳ ମିଳିବ।
ଶୁଭ ରଙ୍ଗ: ଧଳା
ଶୁଭ ସଂଖ୍ୟା: ୨
ପ୍ରତିକାର: ଶ୍ରୀଗଣେଶଙ୍କ ପୂଜା କରନ୍ତୁ।

ସିଂହ
ପରିବାରରେ ଆପଣଙ୍କ ସମ୍ମାନ ବଢ଼ିବ। ସମାଜସେବା ପ୍ରତି ଆଗ୍ରହ ବଢ଼ିପାରେ। ହଠାତ୍ କୌଣସି ଖବର ଆଶ୍ଚର୍ଯ୍ୟଚକିତ କରିପାରେ। ନିଜ ଲୋକଙ୍କ କଥାରେ ଦୁଃଖ ପାଇପାରନ୍ତି।
ଶୁଭ ରଙ୍ଗ: ନାରଙ୍ଗୀ
ଶୁଭ ସଂଖ୍ୟା: ୧
ପ୍ରତିକାର: ବିଷ୍ଣୁଙ୍କ ପୂଜା କରି ଦିନ ଆରମ୍ଭ କରନ୍ତୁ।

କନ୍ୟା
ବନ୍ଧୁଙ୍କ ପରାମର୍ଶ ଲାଭଦାୟକ ହେବ। ପରିବାରରେ ଭୁଲ ବୁଝାମଣାକୁ ଏଡ଼ାନ୍ତୁ। ବ୍ୟବସାୟରେ ବକେୟା ଅର୍ଥ ଆଦାୟରେ ସଫଳତା ମିଳିପାରେ।
ଶୁଭ ରଙ୍ଗ: ସବୁଜ
ଶୁଭ ସଂଖ୍ୟା: ୫
ପ୍ରତିକାର: ତୁଳସୀ ଚଉରାରେ ଜଳ ଅର୍ପଣ କରନ୍ତୁ

ତୁଳା
କମ୍ ପରିଶ୍ରମରେ ଭଲ ଫଳ ମିଳିବ। ଆର୍ଥିକ ସହଯୋଗ ପାଇବେ। ପ୍ରତିଯୋଗିତାରେ ସଫଳତା ଓ ଦାମ୍ପତ୍ୟ ଜୀବନରେ ସମ୍ପର୍କ ମଧୁର ରହିବ।
ଶୁଭ ରଙ୍ଗ: ଧଳା
ଶୁଭ ସଂଖ୍ୟା: ୬
ପ୍ରତିକାର: ପର୍ଶୁରାମଙ୍କ ପୂଜା କରନ୍ତୁ।

ବିଛା
କର୍ମକ୍ଷେତ୍ରରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ବ୍ୟବସାୟରେ ସାମାନ୍ୟ ବାଧା ଆସିପାରେ, କିନ୍ତୁ ବୁଦ୍ଧିମତାରେ ସମାଧାନ କରିପାରିବେ।
ଶୁଭ ରଙ୍ଗ: ଲାଲ
ଶୁଭ ସଂଖ୍ୟା: ୯
ପ୍ରତିକାର: ପ୍ରଭୁ ନୃସିଂହଙ୍କ ମନ୍ତ୍ର ଜପ କରନ୍ତୁ।

ଧନୁ
କର୍ମକ୍ଷେତ୍ରରେ କିଛି ଚ୍ୟାଲେଞ୍ଜ ଥିଲେ ମଧ୍ୟ ବୁଦ୍ଧି ଓ ପରିଶ୍ରମରେ ସଫଳତା ମିଳିବ। ବ୍ୟବସାୟ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତିର ଯୋଗ ରହିଛି।
ଶୁଭ ରଙ୍ଗ: ହଳଦିଆ
ଶୁଭ ସଂଖ୍ୟା: ୩
ପ୍ରତିକାର: ହାଲୁକା ହଳଦିଆ କିମ୍ବା ଘିଅ ରଙ୍ଗର ପୋଷାକ ପିନ୍ଧନ୍ତୁ

ମକର
ପରିବାରରେ ଖର୍ଚ୍ଚ ବଢ଼ିପାରେ। ବନ୍ଧୁଙ୍କ ପରାମର୍ଶ ଉପକାରୀ ହେବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ଲାଭଦାୟକ ହେବ। ଯାତ୍ରା ସମୟରେ ସତର୍କ ରୁହନ୍ତୁ।
ଶୁଭ ରଙ୍ଗ: ନୀଳ
ଶୁଭ ସଂଖ୍ୟା: ୮
ପ୍ରତିକାର: ଦକ୍ଷିଣକାଳୀଙ୍କ ପୂଜା କରନ୍ତୁ।

କୁମ୍ଭ
ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ନୂଆ ଚୁକ୍ତି ହୋଇପାରେ। ରାଜନୀତି ଓ ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ବଢ଼ିବ। କଳା ଓ ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିବ।
ଶୁଭ ରଙ୍ଗ: ନୀଳ
ଶୁଭ ସଂଖ୍ୟା: ୮
ପ୍ରତିକାର: ମା’ ଶାରଳାଙ୍କ ଆରାଧନା କରନ୍ତୁ

ମୀନ
ବ୍ୟବସାୟରେ ଆଂଶିକ ସଫଳତା ମିଳିବ। ଭଲ କାମ କଲେ ମଧ୍ୟ କିଛି ଲୋକ ସମାଲୋଚନା କରିପାରନ୍ତି। ପରିସ୍ଥିତି ଅନୁକୂଳ ରହିବ ଓ ଦୂରଯାତ୍ରାର ଯୋଜନା କରିପାରନ୍ତି।
ଶୁଭ ରଙ୍ଗ: ହଳଦିଆ
ଶୁଭ ସଂଖ୍ୟା: ୩
ପ୍ରତିକାର: ବୃହସ୍ପତିଙ୍କ ପୂଜା କରନ୍ତୁ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778