NTPC କଣିହାଁରେ ବିଏମଏସର ଭବ୍ୟ ପ୍ରତିଷ୍ଠା ଦିବସ

Table of Content

ବିଏମଏସର ୭୨ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୭୬ ୟୁନିଟ୍ ରକ୍ତ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁସ୍ଥିତ ଏନଟିପିସି ବିଦ୍ୟୁତ ପ୍ରକଳ୍ପ ପରିସରର ଦୀପତରଙ୍ଗ କ୍ଲବଠାରେ ବିଦ୍ୟୁତ କର୍ମଚାରୀ ସଂଘ ସହବନ୍ଧିତ ଭାରତୀୟ ମଜଦୁର ସଂଘ (ବିଏମଏସ) ପକ୍ଷରୁ ୭୨ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରମିକ କଲ୍ୟାଣ, ସଂଗଠନର ଭୂମିକା ଏବଂ ରାଷ୍ଟ୍ର ନିର୍ମାଣରେ ଶ୍ରମିକଙ୍କ ଅବଦାନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହା ସହିତ ମାନବସେବାର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା, ଯେଉଁଥିରେ ମୋଟ ୭୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

କାର୍ଯ୍ୟକ୍ରମରେ ଏନଟିପିସିର ଜେନେରାଲ ମ୍ୟାନେଜର ସୁମିତ କୁମାର କୁଣ୍ଡୁ, ବିଏମଏସ ଜିଲ୍ଲା ସମ୍ପାଦକ ଅଜୟ କୁମାର ପାଢି, ସଭାପତି ତନଭି ସଙ୍ଗମ ଅର୍ଚନା ୟାଦବ, ଜିଏମ (ପ୍ରୋଜେକ୍ଟ) ସମର୍ପିତ ଦେବାସୀ, ଏଚଓଏଚଆର ନବନୀତ କୁମାର, ସିଆଇଏସଏଫର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିବେକ ସିଂ, ସୁସ୍ମିତା ଦେବାସୀ ଓ ହେମଲତା ଗୁରୁବ୍ରହ୍ମଚାରୀ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିମାନେ ବିଏମଏସର ଦୀର୍ଘ ୭୨ ବର୍ଷର ଶ୍ରମିକ ଆନ୍ଦୋଳନ, କର୍ମଚାରୀଙ୍କ ଅଧିକାର ସୁରକ୍ଷା ଏବଂ ସମାଜ ପ୍ରତି ସଂଗଠନର ଅବଦାନ ଉପରେ ଆଲୋକପାତ କରିଥିଲେ।

ବକ୍ତାମାନେ କହିଥିଲେ ଯେ, ରାଷ୍ଟ୍ରର ବିକାଶ ଓ ଶିଳ୍ପର ଅଗ୍ରଗତିରେ ଶ୍ରମିକମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ସଂଗଠିତ ହୋଇ କାର୍ଯ୍ୟ କଲେ ଶ୍ରମିକଙ୍କ ସ୍ୱାର୍ଥ ସୁରକ୍ଷିତ ହେବା ସହ ସମାଜ ଓ ଦେଶର ଉନ୍ନତି ମଧ୍ୟ ତ୍ୱରାନ୍ୱିତ ହୁଏ। ବିଦ୍ୟୁତ କର୍ମଚାରୀ ସଂଘର ସଭାପତି ଶୁଭେନ୍ଦୁ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା, ଏମସିଏଲ, ଜେଆଇଟିପିଏଲ ଏବଂ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧି, କର୍ମଚାରୀ ଓ ବହୁ ସଂଖ୍ୟକ ନିମନ୍ତ୍ରିତ ଅତିଥି ଉପସ୍ଥିତ ରହିଥିଲେ। ସମସ୍ତେ ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ସକ୍ରିୟ ଭାଗ ନେଇ ସମାଜସେବା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ।

ଶେଷରେ ବିଏମଏସର ସାଧାରଣ ସମ୍ପାଦକ ଧନେଶ୍ୱର ସାହୁ ସମସ୍ତ ଅତିଥି, ରକ୍ତଦାତା ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ, ବିଏମଏସ କେବଳ ଶ୍ରମିକଙ୍କ ଅଧିକାର ପାଇଁ କାର୍ଯ୍ୟ କରୁନାହିଁ, ବରଂ ରକ୍ତଦାନ, ସାମାଜିକ ସେବା ଓ ମାନବିକ କାର୍ଯ୍ୟ ମାଧ୍ୟମରେ ସମାଜ ପ୍ରତି ନିଜର ଦାୟିତ୍ୱକୁ ମଧ୍ୟ ସଫଳତାର ସହ ନିର୍ବାହ କରୁଛି। ୭୬ ୟୁନିଟ୍ ରକ୍ତ ସଂଗ୍ରହ ଏହି କାର୍ଯ୍ୟକ୍ରମକୁ ଅଧିକ ସଫଳ ଓ ସ୍ମରଣୀୟ କରିଥିବା ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779