Horoscope : କାହା ଉପରେ ହେବ ଧନବର୍ଷା, କିଏ ରହିବେ ସତର୍କ ? ଜାଣନ୍ତୁ ଆଜିର ରାଶିଫଳ ।

Table of Content

ମେଷ

ଆଜି ସ୍ୱାସ୍ଥ୍ୟ ପୂର୍ବପେକ୍ଷା ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ଆରମ୍ଭ କରିଥିବା କାମରେ ସଫଳତା ମିଳିବ। ପାରିବାରିକ କଥାବାର୍ତ୍ତାରେ ଭୁଲ ବୁଝାମଣା ଦୂର କରିବାକୁ ଚେଷ୍ଟା କରନ୍ତୁ। ନୂଆ ପରିଚୟ ଭବିଷ୍ୟତରେ ଲାଭଦାୟକ ହୋଇପାରେ।
ଶୁଭ ରଙ୍ଗ: ଲାଲ୍ | ଶୁଭ ସଂଖ୍ୟା:
ପ୍ରତିକାର: ଘରୁ ବାହାରିବା ପୂର୍ବରୁ ମିଠା ଖାନ୍ତୁ।

ବୃଷ

ଆଜି ସମସ୍ତ କାମରେ ଧୈର୍ଯ୍ୟ ଓ ସଂଯମ ରଖିବା ଆବଶ୍ୟକ। ଯାତ୍ରା ସମୟରେ ଅସୁବିଧା ଆସିପାରେ। ନୂଆ କାର୍ଯ୍ୟ ଆରମ୍ଭ ପାଇଁ ପରିବାରର ସମର୍ଥନ ମିଳିବ। ଜମିଜମା ସମ୍ବନ୍ଧୀୟ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ।
ଶୁଭ ରଙ୍ଗ: ଧଳା | ଶୁଭ ସଂଖ୍ୟା:
ପ୍ରତିକାର: ସ୍ନାନ ଜଳରେ ଅଳ୍ପ ହଳଦୀ ମିଶାନ୍ତୁ।

ମିଥୁନ

ପୁରୁଣା ସ୍ୱାସ୍ଥ୍ୟ ସମସ୍ୟା ପୁଣି ଚିନ୍ତା ବଢ଼ାଇପାରେ। ବ୍ୟବହାରରେ ସଂଯମ ରଖନ୍ତୁ, ନଚେତ୍‌ ଘନିଷ୍ଠ ଲୋକ ମନକଷ୍ଟ ପାଇପାରନ୍ତି। ବ୍ୟବସାୟରେ ପ୍ରତିସ୍ପର୍ଧା ରହିଲେ ମଧ୍ୟ କ୍ଷତି ହେବନାହିଁ।
ଶୁଭ ରଙ୍ଗ: ସବୁଜ | ଶୁଭ ସଂଖ୍ୟା:
ପ୍ରତିକାର: ବୁଧ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

କର୍କଟ

ବ୍ୟବସାୟ ଓ ଜମିଜମା କ୍ଷେତ୍ରରେ ଲାଭ ମିଳିପାରେ। ଦୀର୍ଘଦିନର ଆଶା ପୂରଣ ହେବାର ସମ୍ଭାବନା ରହିଛି। ଯାତ୍ରା ଫଳଦାୟକ ହେଲେ ମଧ୍ୟ ବ୍ୟସ୍ତତା ବଢ଼ିପାରେ।
ଶୁଭ ରଙ୍ଗ: ଧଳା | ଶୁଭ ସଂଖ୍ୟା:
ପ୍ରତିକାର: ମା ଭୁବନେଶ୍ୱରୀଙ୍କ ଆରାଧନା କରନ୍ତୁ।

ସିଂହ

ଘରେ ଅନାବଶ୍ୟକ ତର୍କ ହେବାର ସମ୍ଭାବନା ରହିଛି। କାର୍ଯ୍ୟକ୍ଷେତ୍ରରେ ନୂଆ ଯୋଜନା ନେଇ ଆଗକୁ ବଢ଼ିପାରନ୍ତି। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ।
ଶୁଭ ରଙ୍ଗ: ନାରଙ୍ଗୀ | ଶୁଭ ସଂଖ୍ୟା:
ପ୍ରତିକାର: ବିଷ୍ଣୁଙ୍କ ପୂଜା କରି ଦିନ ଆରମ୍ଭ କରନ୍ତୁ।

କନ୍ୟା

ଛୋଟ କଥାରେ କ୍ରୋଧ ପ୍ରକାଶ କରି ପରିବେଶ ଖରାପ କରିପାରନ୍ତି। ଅଫିସରେ ସତ୍ୟ କଥା ମଧ୍ୟ ବିବାଦ ସୃଷ୍ଟି କରିପାରେ। ତଥାପି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସଫଳତା ମିଳିବ।
ଶୁଭ ରଙ୍ଗ: ସବୁଜ | ଶୁଭ ସଂଖ୍ୟା:
ପ୍ରତିକାର: ଲୁଣ ମିଶା ପାଣିରେ ଘର ପୋଛନ୍ତୁ।

ତୁଳା

ଆର୍ଥିକ ସ୍ଥିତିରେ ସୁଧାର ଆସିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଯାତ୍ରା ଓ ଅଧିକ ପରିଶ୍ରମ କାରଣରୁ ସ୍ୱାସ୍ଥ୍ୟରେ ଅସୁବିଧା ହୋଇପାରେ।
ଶୁଭ ରଙ୍ଗ: ଧଳା | ଶୁଭ ସଂଖ୍ୟା:
ପ୍ରତିକାର: ପର୍ଶୁରାମଙ୍କ ପୂଜା କରନ୍ତୁ।

ବିଛା

ପାରିବାରିକ ଭୁଲ ବୁଝାମଣା ମାନସିକ ଅଶାନ୍ତି ଆଣିପାରେ। ସ୍ୱାସ୍ଥ୍ୟ ନେଇ ସତର୍କ ରୁହନ୍ତୁ। ବନ୍ଧୁଙ୍କ ସହଯୋଗରେ ଅଟକିଥିବା କାମ ସମ୍ପନ୍ନ ହେବ।
ଶୁଭ ରଙ୍ଗ: ଲାଲ୍ | ଶୁଭ ସଂଖ୍ୟା:
ପ୍ରତିକାର: ମସ୍ତକରେ ସିନ୍ଦୂର ଟିକା ଲଗାନ୍ତୁ।

ଧନୁ

କାର୍ଯ୍ୟକ୍ଷେତ୍ରରେ ଚାପ ବଢ଼ିପାରେ। ଅନାବଶ୍ୟକ ରାଗ ନିଜକୁ କ୍ଷତି ଦେଇପାରେ। ଖର୍ଚ୍ଚ ବଢ଼ିବାରୁ ଚିନ୍ତା ବଢ଼ିପାରେ। କଳା ଓ ସାହିତ୍ୟ କ୍ଷେତ୍ରରେ ଭଲ ସୁଯୋଗ ମିଳିବ।
ଶୁଭ ରଙ୍ଗ: ହଳଦିଆ | ଶୁଭ ସଂଖ୍ୟା:
ପ୍ରତିକାର: ଘିଅ ରଙ୍ଗର ପୋଷାକ ପିନ୍ଧନ୍ତୁ।

ମକର

ବ୍ୟବସାୟରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲାଭଦାୟକ ହେବ। କାର୍ଯ୍ୟକ୍ଷେତ୍ରରେ ଭାବୁଥିବା ପରି ଜଟିଳତା ହେବ ନାହିଁ। ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେଇ ଆନନ୍ଦ ପାଇବେ।
ଶୁଭ ରଙ୍ଗ: ନୀଳ | ଶୁଭ ସଂଖ୍ୟା:
ପ୍ରତିକାର: ମହାଦେବଙ୍କ ପୂଜା କରନ୍ତୁ।

କୁମ୍ଭ

ଛୋଟ କଥାକୁ ନେଇ ମାନସିକ ଚିନ୍ତା ବଢ଼ିପାରେ। ସ୍ୱାସ୍ଥ୍ୟ ସମସ୍ୟା ଥିଲେ ମଧ୍ୟ ଅନ୍ୟମାନଙ୍କ ସହଯୋଗରେ କାମ ସରିଯିବ। ପରିବାରରେ ଶାନ୍ତି ରଖିବାକୁ ଚେଷ୍ଟା କରନ୍ତୁ।
ଶୁଭ ରଙ୍ଗ: ନୀଳ | ଶୁଭ ସଂଖ୍ୟା:
ପ୍ରତିକାର: ମା ଶାରଳାଙ୍କ ଆରାଧନା କରନ୍ତୁ।

ମୀନ

ଚାକିରି ଓ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଘନିଷ୍ଠ ବ୍ୟକ୍ତିଙ୍କ ସହ ଦୂରତା ସୃଷ୍ଟି ହୋଇପାରେ। ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ଚିନ୍ତିତ ରହିପାରନ୍ତି। ଉଚ୍ଚଶିକ୍ଷାରେ ଥିବା ବାଧା ଦୂର ହେବ।
ଶୁଭ ରଙ୍ଗ: ହଳଦିଆ | ଶୁଭ ସଂଖ୍ୟା:
ପ୍ରତିକାର: ଗୋମାତାଙ୍କୁ ଗୁଡ଼ ଓ ବୁଟ ଖୁଆନ୍ତୁ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts