କିରିମିଟି ଜଙ୍ଗଲରେ ସୁରକ୍ଷାବାହିନୀର ସଫଳତା, ମାଓ ସାମଗ୍ରୀ ଠାବ
ମାଲକାନଗିରିରେ ସୁରକ୍ଷାବାହିନୀର ବଡ଼ ସଫଳତା: କିରିମିଟି ଜଙ୍ଗଲରୁ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ମାଲକାନଗିରି: ଜିଲ୍ଲାରେ ମାଓ ଦମନ ଅଭିଯାନକୁ ଆଉ ଏକ ବଡ଼ ସଫଳତା ମିଳିଛି। ମାଥିଲି ଥାନା ଅନ୍ତର୍ଗତ କିରିମିଟି ଜଙ୍ଗଲରେ ଚାଲିଥିବା ମିଳିତ କମ୍ବିଂ ଅପରେସନ୍ ସମୟରେ ସୁରକ୍ଷାବାହିନୀ ବହୁ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିଛି। ମାଲକାନଗିରି ପୁଲିସ, ବିଏସଏଫ୍ (BSF) ଓ ଡିଭିଏଫ୍ (DVF) ଯବାନଙ୍କ ମିଳିତ ଅଭିଯାନ ବେଳେ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ଏକ ଏଲ୍ଏମ୍ଜି...

Total Users : 1000779