ଅନୁଗୋଳ କୋର୍ଟରେ ବୋମା ଆତଙ୍କ ମିଥ୍ୟା, ଯାଞ୍ଚ ପରେ ସ୍ପଷ୍ଟ
ଅନୁଗୋଳ ଜିଲ୍ଲା କୋର୍ଟକୁ ଇ-ମେଲ୍ ମାଧ୍ୟମରେ ଆସିଥିବା ବୋମା ଧମକ ଶେଷରେ ସମ୍ପୂର୍ଣ୍ଣ ଭାବେ ଫେକ୍ ବୋଲି ପ୍ରମାଣିତ ହୋଇଛି। ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁଲିସ ପ୍ରଶାସନ ତୁରନ୍ତ ସତର୍କ ହୋଇପଡ଼ିଥିଲା। କୋର୍ଟ ପରିସରକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇ ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ୱାଡ୍ ଓ ପୁଲିସର ସ୍ୱତନ୍ତ୍ର ଟିମ୍ ପକ୍ଷରୁ ବ୍ୟାପକ ତଲାସି ଅଭିଯାନ ଚଳାଯାଇଥିଲା। କୋର୍ଟର ପ୍ରତ୍ୟେକ କୋଠରୀ, କରିଡର, ରେକର୍ଡ ରୁମ୍, ପାର୍କିଂ...

Total Users : 1000779