AC ପାଇଁ ଦିଲ୍ଲୀରେ ଚାଲିଗଲା ୯ ଜଣଙ୍କ ଜୀବନ; ଭୁଲରେ ବି କରନ୍ତୁନି ଏହି ୫ କାମ

Table of Content

ଜାତୀୟ ରାଜଧାନୀ ନୂଆଦିଲ୍ଲୀର ବିବେକ ବିହାର ସ୍ଥିତ ଏକ ଘରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ଯୋଗୁଁ ଶୀତନିର୍ବାପକ ଯନ୍ତ୍ର (AC) ବିସ୍ଫୋରଣ ହୋଇଥିଲା, ଯେଉଁ କାରଣରୁ ଘରେ ଥିବା ୯ ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତେ ଜିଅଁନ୍ତା ଅବସ୍ଥାରେ ଜଳିଯାଇଥିବାବେଳେ ଅନ୍ୟ କିଛି ଲୋକ ନିଆଁ ଧାସରେ ଆସି ଆହତ ହୋଇଛନ୍ତି । ଏହି ଘଟଣା ଭୋରରୁ ଘଟିଥିବାବେଳେ ଅଗ୍ନିଶମ ବାହିନୀକୁ ଭୋର ୩.୪୭ଟାରେ ଖବର ମିଳିଥିଲା ।

ଆଜିକାଲି ଅସହ୍ୟ ଗରମ ଯୋଗୁଁ ଘରେ ଘରେ ଏସି ବ୍ୟବହାର ହେଉଛି । ଲୋକେ ରାତିରେ ଶୋଇବା ସମୟରେ ଏସି ଅନ୍ କରି ଗଭୀର ନିଦ୍ରାରେ ଶୋଇପଡ଼ନ୍ତି । ହେଲେ ଆପଣଙ୍କ ଆରାମ ନିଦ ସାଜିପାରେ କାଳ । ଯଦି ଆପଣ ଏସି ବ୍ୟବହାର କରୁଛନ୍ତି, ତେବେ ଜାଣିରଖନ୍ତୁ କେଉଁ ପରିସ୍ଥିତିରେ ଏସି ବ୍ଲାଷ୍ଟ ହୋଇଥାଏ, ଏସି ବିସ୍ଫୋରଣର କଣ ମୁଖ୍ୟ କାରଣ ଓ ଏଥିରୁ କିପରି ବର୍ତ୍ତିପାରିବେ ?

  • AC ବିସ୍ଫୋରଣର ୫ ବଡ଼ କାରଣ


ଇଲେକଟ୍ରିକ୍ ସର୍ଟ ସର୍କିଟ୍: 
ଗରମରୁ ରକ୍ଷା ପାଇବା ଲାଗି ଅନେକ ଏସି ବ୍ୟବହାର କରନ୍ତି । ଏପରି ସ୍ଥିତିରେ ଯଦି ଏସି ବହୁ ସମୟ ଧରି ଅନ୍ ରହୁଛି ଓ ଏହାର କୌଣସି ବୈଦ୍ୟୁତିକ ତାର ଢିଲା କିମ୍ବା ଖରାପ କ୍ଵାଲିଟିର ଅଛି, ତେବେ ଏଥିରେ ସର୍ଟ ସର୍କିଟ୍ ହୋଇପାରେ ଯେଉଁ କାରଣରୁ ନିଆଁ ମଧ୍ୟ ଲାଗିପାରେ । ଏହି ବିପଦରୁ ବର୍ତ୍ତିବା ଲାଗି ଏସି ସର୍ଭିସିଂ କରିବା ସହିତ ଇଲେକ୍ଟ୍ରିସିଆନଙ୍କୁ ଡ଼ାକି ତାର ଆଦି ଯାଞ୍ଚ କରିନିଅନ୍ତୁ ।

ଓଭରୋଲ୍ଡ ବା ଫ୍ଲକଚୁଏସନ୍: AC ଅଗ୍ନିକାଣ୍ଡର ଦ୍ୱିତୀୟ ସବୁଠାରୁ ସାଧାରଣ କାରଣ ହେଉଛି ବୈଦ୍ୟୁତିକ ଭୋଲଟେଜ ପରିବର୍ତ୍ତନ । ଏହା AC ଅଂଶଗୁଡ଼ିକୁ କ୍ଷତି ପହଞ୍ଚାଇପାରେ କିମ୍ବା ପୋଡ଼ିପାରେ । ଏସିରେ ନିଆଁ ଲାଗିଲେ କିଛି ମିନିଟ୍ ମଧ୍ୟରେ ସାରା ଘରେ ବ୍ୟାପିପାରେ । ଭୋଲଟେଜ ପରିବର୍ତ୍ତନରୁ ଆପଣଙ୍କ ଏସିକୁ ରକ୍ଷା କରିବା ପାଇଁ ଏକ ଷ୍ଟାବିଲାଇଜର ବ୍ୟବହାର କରନ୍ତୁ ।

ACରେ ଧୂଳି ଲାଗିବା: ଏକ ଏସି ଭିତରେ ଏକ ବଡ଼ ଯନ୍ତ୍ରପାତି ଥାଏ, ଯାହା ଥଣ୍ଡା କରିବା ପାଇଁ ଏକ ଫ୍ୟାନ୍ ସହିତ ସଜ୍ଜିତ ହୋଇଥାଏ । ଅନେକ ଏସି ବ୍ୟବହାର ସହିତ ମଇଳା ହୋଇଯାଏ ଏବଂ ଏଥିରେ ବହୁତ ଧୂଳି ଜମା ହୋଇଯାଇଥାଏ । ଏପରି ACରେ ନିଆଁ ଲାଗିପାରେ । ଏହାକୁ ରୋକିବା ପାଇଁ ନିୟମିତ ଭାବରେ ଆପଣଙ୍କର AC ସଫା କରିବା ଗୁରୁତ୍ୱପୂର୍ଣ୍ଣ ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts