ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଉତ୍ସାହ ନାହିଁ,  ଟିକେଟ ବିକ୍ରି ହେଉନି

Table of Content

ଚଳିତ ଏସିଆ କପରେ ଭାରତ ଓ ପାକିସ୍ତାନ ମ୍ୟାଚକୁ ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚଭାବେ ଗଣନା କରାଯାଉଛି। କିନ୍ତୁ ଆଶାର ବିପରୀତ ଏହି ମ୍ୟାଚକୁ ନେଇ ଯେପରି ଉତ୍ସାହ ଦେଖାଯିବା କଥା ତାହା ଦେଖାଯାଉନାହିଁ ।

ଆସନ୍ତା ରବିବାର ଏହି ମ୍ୟାଚ ଖେଳାଯିବ । ଏଥିପାଇଁ ଶୁକ୍ରବାର ଦୁଇଟିମ ଅଭ୍ୟାସ କରିଥିଲେ । ଏହା ସତ୍ତ୍ବେ ଏଥିପ୍ରତି ଦର୍ଶକଙ୍କ ଉତ୍ସାହ କମ ଥିଲା । ଅତି ଅଳ୍ପ ଦର୍ଶକ ଏହାକୁ ଦେଖିବାକୁ ଆସିଥିଲେ । 

ଅନ୍ୟପକ୍ଷରେ ଏଥର ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଅତି ଖରାପ ଥିବାରୁ ଭାରତରେ ବି କେତେକ ମହଲରେ ଏହାକୁ ତୀବ୍ର ବିରୋଧ କରାଯାଉଛି । ବିରୋଧୀ ଦଳ ଏଥିପାଇଁ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି । ଗୋଟିଏ ପଟେ ସରକାର ପାକିସ୍ତାନ ସହ ସବୁ ପ୍ରକାରର ସଂପର୍କ ଛିନ୍ନ କରିଥିବାବେଳେ ଅନ୍ୟପଟେ କିପରି କ୍ରିକେଟ ଖେଳୁଛନ୍ତି ବୋଲି ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts