ମାର୍କେଟ୍‌ ପରିସରର ଛାତ ତଳେ ଚାପି ହୋଇଗଲେ ଲୋକେ, ଜ‌ଣଙ୍କ ମୃତ୍ୟୁ

Table of Content

ସ୍ଥାନୀୟ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସାମ୍ନାରେ ଆଜି ଏକ ବଡ଼ଧରଣର ଅଘଟଣ ଘଟିଛି। ଏଠାରେ ଥିବା ଏକ ମାର୍କେଟ୍‌ ପରିସସର ଛାତ ଭୁଶୁଡ଼ିବାରୁ ଜଣେ ପାନ ଦୋକାନୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ପି ଲୋକନାଥ। ଏହି ଅଘଟଣରେ ଅନ୍ୟ କିଛି ବ୍ୟକ୍ତି ଗୁରୁତର ଥିବା ଜଣାଯାଇଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଆଜି ଅପରାହ୍‌ଣ ସମୟରେ କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଥିବା ମାର୍କେଟ୍ କମ୍ପ୍ଲେକ୍ସର ଛାତ ଭୁଶୁଡ଼ି ଥିଲା। ଏହି ଅପ୍ରୀତିକର ଅଘଟଣ ଯୋଗୁଁ ଭଗ୍ନାବଶେଷ ତଳେ କିଛି ଲୋକ ଚାପି ହୋଇଯାଇଥିଲେ।

 

ସୂଚନା ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲା। ଭଗ୍ନାବଶେଷ ତଳୁ ‌ଗୁରୁତରଙ୍କୁ ଉଦ୍ଧାର କରିଥିଲା। ସମସ୍ତଙ୍କୁ କୋରାପୁଟ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ପି ଲୋକନାଥଙ୍କର ମୃତ୍ୟୁ ଘଟିଛି। ଅନ୍ୟମାନଙ୍କର ଚିକିତ୍ସା ଜାରି ରହିଛି।  

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts