ଭୁବନେଶ୍ୱର ପୁଲିସରେ ବଡ଼ ପରିବର୍ତ୍ତନ, DCP ଜଗମୋହନ ମୀନାଙ୍କ ଇସ୍ତଫା

Table of Content

ଭୁବନେଶ୍ୱର DCP ପଦରୁ ଜଗମୋହନ ମୀନାଙ୍କ ଇସ୍ତଫା, କମିଶନରେଟ୍ ପୋଲିସରେ ଚର୍ଚ୍ଚା

ଭୁବନେଶ୍ୱର: କମିଶନରେଟ୍ ପୋଲିସରେ ଏକ ବଡ଼ ପ୍ରଶାସନିକ ପରିବର୍ତ୍ତନ ସାମ୍ନାକୁ ଆସିଛି। ଭୁବନେଶ୍ୱର DCP ପଦରୁ ୨୦୧୩ ବ୍ୟାଚ୍‌ର IPS ଅଧିକାରୀ ଜଗମୋହନ ମୀନା ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସେ ପ୍ରାୟ ୨୫ ଦିନ ପୂର୍ବରୁ ନିଜ ଇସ୍ତଫାପତ୍ର ଦାଖଲ କରିଥିବା ଜଣାପଡ଼ିଛି। ତେବେ ରାଜ୍ୟ ସରକାର ଏହି ଇସ୍ତଫାକୁ ଔପଚାରିକ ଭାବେ ଗ୍ରହଣ କରିଛନ୍ତି କି ନାହିଁ, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଜଗମୋହନ ମୀନା ୨୦୨୫ ଫେବ୍ରୁଆରୀ ୨୮ରେ ଭୁବନେଶ୍ୱର DCP ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପୂର୍ବରୁ ସେ ଅନୁଗୋଳ ଓ ଗଞ୍ଜାମ ଜିଲ୍ଲାର ଏସ୍‌ପି ଏବଂ କଟକ ସହରାଞ୍ଚଳ ପୋଲିସ ଜିଲ୍ଲାର DCP ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ।

ଇସ୍ତଫା ପରେ ନିଜ ପ୍ରତିକ୍ରିୟାରେ ଜଗମୋହନ ମୀନା କହିଛନ୍ତି ଯେ, “ବ୍ୟକ୍ତିଗତ କାରଣରୁ ମୁଁ ଇସ୍ତଫା ଦେଇଛି। ଦୀର୍ଘ ବର୍ଷର ସେବାଜୀବନରେ ମୁଁ ସନ୍ତୁଷ୍ଟ ଓ ଗର୍ବିତ।”

ଏପଟେ ସେ କୌଣସି ଘରୋଇ କମ୍ପାନୀରେ ଯୋଗଦେଇପାରନ୍ତି ବୋଲି ବିଭିନ୍ନ ମହଳରେ ଚର୍ଚ୍ଚା ହେଉଥିଲେ ମଧ୍ୟ, ଏହାର କୌଣସି ଅଧିକାରିକ ପୁଷ୍ଟି ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଭୁବନେଶ୍ୱରରେ କିଛି ଚର୍ଚ୍ଚିତ ଆଇନ-ଶୃଙ୍ଖଳା ଘଟଣା, ବିଶେଷକରି ବାଲିଅନ୍ତା ଭିଡ଼ ହିଂସା ମାମଲାକୁ ନେଇ କମିଶନରେଟ୍ ପୋଲିସ ଉପରେ ଚାପ ବଢ଼ିଥିଲା। ଏହି ପରିସ୍ଥିତି ମଧ୍ୟରେ DCPଙ୍କ ଇସ୍ତଫା ଘଟଣା ପ୍ରଶାସନିକ ଓ ରାଜନୈତିକ ମହଳରେ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି।

ଏବେ ସମସ୍ତଙ୍କ ନଜର ରହିଛି ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଏବଂ ଭୁବନେଶ୍ୱର DCP ପଦରେ କାହାକୁ ନୂଆ ଦାୟିତ୍ୱ ଦିଆଯିବ, ସେଥି ଉପରେ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778