ତୃତୀୟ ବିବାହକୁ ନେଇ ଚର୍ଚ୍ଚାରେ ଆମୀର ଖାନ୍

Table of Content

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଭାବେ ପରିଚିତ ଆମୀର ଖାନ ପୁଣିଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସୂତ୍ର ଅନୁଯାୟୀ, ୬୧ ବର୍ଷୀୟ ଅଭିନେତା ଆଜି ତାଙ୍କ ସାଥୀ ଗୌରୀ ସ୍ପ୍ରାଟଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଏହି ବିବାହ ଅତ୍ୟନ୍ତ ବ୍ୟକ୍ତିଗତ ପରିବେଶରେ, ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ସମ୍ପନ୍ନ ହେବାର ସମ୍ଭାବନା ରହିଛି।

ଖବର ଅନୁଯାୟୀ, ପ୍ରଥମେ ବିବାହ ପଞ୍ଜୀକରଣ ପ୍ରକ୍ରିୟା ସମ୍ପନ୍ନ ହେବ ଏବଂ ପରେ ଏକ ସୀମିତ ପାରିବାରିକ ସମାରୋହର ଆୟୋଜନ କରାଯିବ। ଏହି ଅବସରରେ ପ୍ରାୟ ୧୫୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି। ବିଦେଶରେ ଥିବା କିଛି ପରିବାର ସଦସ୍ୟ ମଧ୍ୟ ଏହି ଖାସ ମୁହୂର୍ତ୍ତରେ ସାମିଲ ହେବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଆମୀର ଖାନ ୧୯୮୬ ମସିହାରେ ରୀନା ଦତ୍ତଙ୍କୁ ଏବଂ ୨୦୦୫ ମସିହାରେ କିରଣ ରାଓଙ୍କୁ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟ ବିବାହ ବିଚ୍ଛେଦରେ ଶେଷ ହୋଇଥିଲା। ବର୍ତ୍ତମାନ ଗୌରୀ ସ୍ପ୍ରାଟଙ୍କ ସହ ତାଙ୍କ ସମ୍ଭାବ୍ୟ ତୃତୀୟ ବିବାହକୁ ନେଇ ବଲିଉଡ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି। ତେବେ ଏହି ବିବାହ ସମ୍ପର୍କରେ ଆମୀର ଖାନ କିମ୍ବା ତାଙ୍କ ଟିମ୍ ପକ୍ଷରୁ ଆଧିକାରିକ ଘୋଷଣା ଆସିବାକୁ ଅପେକ୍ଷା କରାଯାଉଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778