ଭୁବନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ: ମାଓବାଦ-ମାଦକ ରୋକ ଉପରେ ଗୁରୁତ୍ୱ

Table of Content

ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ଷ୍ଟାଣ୍ଡିଂ କମିଟିର ୧୫ତମ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଏବଂ ପୋଲିସ ଡିଜି ଯୋଗ ଦେବେ। କେନ୍ଦ୍ର ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନେ ମଧ୍ୟ ବୈଠକରେ ସାମିଲ ହେବେ।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ପୂର୍ବ ବୈଠକର ନିଷ୍ପତ୍ତିଗୁଡ଼ିକର ସମୀକ୍ଷା ଓ ଆଗାମୀ ଏଜେଣ୍ଡା ନିର୍ଦ୍ଧାରଣ ହେବ।

ବୈଠକରେ ମୁଖ୍ୟତଃ ଓଡ଼ିଶା–ଝାଡ଼ଖଣ୍ଡ ସୀମାରେ ମାଓବାଦୀ କାର୍ଯ୍ୟକଳାପର ସମ୍ପୂର୍ଣ୍ଣ ମୂଳୋଚ୍ଛେଦ ଏବଂ ମାଦକ ଦ୍ରବ୍ୟ ଚୋରାଚାଲାଣ ରୋକିବା ଉପରେ ବିଶେଷ ଆଲୋଚନା ହେବ। ଏଥିପାଇଁ ରାଷ୍ଟ୍ରୀୟ ନାର୍କୋଟିକ୍ସ ସମନ୍ୱୟ ପୋର୍ଟାଲର ଉପଯୋଗକୁ ଆହୁରି ସଶକ୍ତ କରିବା ଉପରେ ଗୁରୁତ୍ୱ ଦିଆଯିବ।

ଦୁର୍ଗମ ଅଞ୍ଚଳରେ ସଂଯୋଗ ଓ ବ୍ୟାଙ୍କିଂ ସୁବିଧା ବୃଦ୍ଧି ପାଇଁ ପ୍ରତି ୫ କି.ମି. ମଧ୍ୟରେ ବ୍ୟାଙ୍କିଂ ଆଉଟଲେଟ୍ ଓ ଡାକଘର ସ୍ଥାପନ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହେବ। ସେହିପରି ରାଜ୍ୟମାନଙ୍କ ମଧ୍ୟରେ ଥିବା ସୀମା ବିବାଦ ସମାଧାନ ନେଇ ମଧ୍ୟ ବୈଠକରେ ଚର୍ଚ୍ଚା ହେବ।

ସେପଟେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବାକୁ ରାଜ୍ୟ ସରକାର ୮୭ ଜଣ ଅଫିସରଙ୍କୁ ନିୟୋଜିତ କରିଛନ୍ତି।

ଅନ୍ୟପଟେ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ସମ୍ପ୍ରତି ହୋଇଥିବା ସର୍ଚ୍ଚ ଅପରେସନ୍‌ରେ ବଡ଼ ପରିମାଣର ମାଓ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି। ଏହା ମାଓବାଦୀ ନେଟୱର୍କ ବିରୋଧରେ ସୁରକ୍ଷା ବାହିନୀର ସକ୍ରିୟ ଅଭିଯାନକୁ ଆହୁରି ଦୃଢ଼ କରିଛି।

ସମଗ୍ର ପୂର୍ବାଞ୍ଚଳର ସୁରକ୍ଷା ବ୍ୟବସ୍ଥା ଓ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778