ନିଖୋଜ ପରେ ଟ୍ରକ୍‌ ଡ୍ରାଇଭରଙ୍କ ହତ୍ୟା ଅଭିଯୋଗ, ତଦନ୍ତ ଆରମ୍ଭ

Table of Content

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କୋଟିନଡ଼ା ଅଞ୍ଚଳର ଟ୍ରକ୍‌ ଡ୍ରାଇଭର ବାପୁଜୀ ସ୍ୱାଇଁଙ୍କ ନିଖୋଜ ଘଟଣା ଏବେ ହତ୍ୟା ସନ୍ଦେହକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବାପୁଜୀ ଛତ୍ରପୁରର ଜଣେ ଟ୍ରକ୍‌ ମାଲିକଙ୍କ ଅଧୀନରେ ଡ୍ରାଇଭର ଭାବେ କାମ କରୁଥିଲେ। ଗତ ଜୁନ୍‌ ୨୫ ତାରିଖରେ ସେ ଟ୍ରକ୍‌ ନେଇ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଇଥିଲେ। ସେହିଦିନ ରାତି ପ୍ରାୟ ୮ଟା ସମୟରେ ସେ ଶେଷଥର ପାଇଁ ନିଜ ପତ୍ନୀଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ଏହା ପରଠାରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇନଥିଲା।

ପାଞ୍ଚ ଦିନ ଧରି କୌଣସି ସନ୍ଧାନ ନ ମିଳିବାରୁ ବାପୁଜୀଙ୍କ ପତ୍ନୀ ଦିଗପହଣ୍ଡି ଥାନାରେ ନିଖୋଜ ଅଭିଯୋଗ ଦାଖଲ କରିଥିଲେ। ସେ ନିଜ ସ୍ୱାମୀଙ୍କୁ ଅପହରଣ କରାଯାଇଥିବା ସନ୍ଦେହ ପ୍ରକାଶ କରି ଟ୍ରକ୍‌ ମାଲିକ ଓ ଜଣେ ପୂର୍ବତନ ଡ୍ରାଇଭରଙ୍କ ନାମରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଅଭିଯୋଗ ସତ୍ତ୍ୱେ ପୁଲିସ କେବଳ ଏଫ୍‌ଆଇଆର୍‌ ରୁଜୁ କରିଥିବା ଏବଂ ତଦନ୍ତରେ ତତ୍ପରତା ଦେଖାଇନଥିବା ଅଭିଯୋଗ ପରିବାର ପକ୍ଷରୁ କରାଯାଇଛି।

ଏହାରି ମଧ୍ୟରେ ଗତକାଲି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଳମ ଅଞ୍ଚଳରୁ ବାପୁଜୀ ସ୍ୱାଇଁଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରାଥମିକ ତଦନ୍ତରୁ ତାଙ୍କୁ ହତ୍ୟା କରି ମୃତଦେହ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ, ପତ୍ନୀ ଦୋଷୀଙ୍କୁ ଶୀଘ୍ର ଗିରଫ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ପୁଲିସ ମୃତ୍ୟୁର ପ୍ରକୃତ କାରଣ ଓ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ଖୋଜିବାରେ ଲାଗିପଡ଼ିଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778