ସଂକଟରେ ବରଗଡ଼ ସିମେଣ୍ଟ ଫ୍ୟାକ୍ଟ୍ରି, ଅନ୍ଧାରରେ ୧୩୫ ଶ୍ରମି ପରିବାର, ମାସେ ହେବ ମିଳିନି ଦରମା

Table of Content

ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ଏବେ କଣ ଶିଳ୍ପ ଶୂନ୍ୟ ହେବାକୁ ଯାଉଛି? ଗୋଟିଏ ପରେ ଗୋଟିଏ କାରଖାନା ବନ୍ଦ ହେବା ପରେ ଏବେ ବିପଦରେ ଏସିସି ସିମେଣ୍ଟ ଫ୍ୟାକ୍ଟ୍ରି। ଦୀର୍ଘ ୫୮ ବର୍ଷର ପରିଚୟ ଏବେ ସଙ୍କଟରେ। କାମ ନାହିଁ କି ଦରମା ନାହିଁ, ରାସ୍ତାକୁ ଓହ୍ଲାଇଲେଣି ଶ୍ରମିକ।

ବରଗଡ଼ର ଶିଳ୍ପ ସମୃଦ୍ଧିର ପ୍ରତୀକ ଥିଲା ଏସିସି ସିମେଣ୍ଟ । ଦୀର୍ଘ ୫୮ ବର୍ଷ ଧରି ଶହ ଶହ ପରିବାରକୁ ରୋଜଗାର ଦେଇ ଆସୁଥିଲା। ଜିଲ୍ଲାର ଅର୍ଥନୀତିକୁ ଗତି ଦେଉଥିଲା। ହେଲେ ଆଜି ଏଠାରେ ଶୂନ୍ୟତା। ସରକାରୀ ସ୍ତରରୁ ଆରମ୍ଭ ହୋଇଥିବା ଏହି ଫ୍ୟାକ୍ଟ୍ରି ଘରୋଇ କମ୍ପାନି ହାତକୁ ଯିବା ପରେ ଦୁର୍ଦ୍ଦଶା ଚରମସୀମାରେ। ଫ୍ୟାକ୍ଟ୍ରି ଚଳାଇବା ପାଇଁ ଆବଶ୍ୟକ ସାମଗ୍ରୀ ଆସୁନାହିଁ। ପରିଣାମ ସ୍ବରୂପ ଜୀବିକା ହରାଇବାକୁ ବସିଲେଣି ୧୩୫ଟି ଶ୍ରମିକ ପରିବାର। ମାସେ ହେଲା କାମ ଦେଉନଥିବା ସହ ଶ୍ରମିକଙ୍କୁ ଦରମା ଦେଉନାହିଁ ଏସିସି ସିମେଣ୍ଟ। ନିଜ ଜୀବିକା ବଞ୍ଚାଇବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଫ୍ୟାକ୍ଟ୍ରି କର୍ମଚାରୀ।

ଗୋଟିଏ ପଟେ ଓଡ଼ିଶାରେ ଶିଳ୍ପାୟନ ପାଇଁ ବଡ଼ ବଡ଼ କମ୍ପାନିକୁ ପ୍ରସ୍ତାବ ଦିଆଯାଉଛି। କନ୍‌କ୍ଲେଭ୍ର ଆୟୋଜନ ହେଉଛି। କିନ୍ତୁ ଯାହା ଅଛି ତାକୁ ବଞ୍ଚାଇବା ପାଇଁ କାହାରି ତତ୍ପରତା ନାହିଁ। ଚିନିକଳ, ସୂତାକଳ ଏବଂ ସାର କାରଖାନା ଭଳି ଏସିସି ସିମେଣ୍ଟ ମଧ୍ୟ ଇତିହାସ ପାଲଟିଯିବ କି? ପରିସ୍ଥିତି ଏପରି ହୋଇଛି ଯେ, ଶ୍ରମିକମାନେ ଭୋକ ଉପାସରେ ଦିନ କାଟୁଛନ୍ତି। ଅନ୍ୟପଟେ ଜିଲ୍ଲା ଶ୍ରମ ଅଧିକାରିଣୀ କହିଛନ୍ତି ଯେ, ଏସିସି କମ୍ପାନୀକୁ ଏ ବାବଦରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖୁବଶୀଘ୍ର ସମସ୍ୟାର ସମାଧାନ ହେବ।

ଏସିସି କେବଳ ଏକ କମ୍ପାନୀ ନଥିଲା, ବରଗଡ଼ବାସୀଙ୍କ ଭରସା ଥିଲା। କିନ୍ତୁ ଆଜି ସେହି ଭରସା ଭାଙ୍ଗିବାକୁ ବସିଛି। ଯଦି ଜିଲ୍ଲା ପ୍ରଶାସନ ଏବଂ ସରକାର ତୁରନ୍ତ ହସ୍ତକ୍ଷେପ ନକରନ୍ତି, ତେବେ ଶହ ଶହ ଶ୍ରମିକଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts