ଦିନରେ ୨ ଘଣ୍ଟା ବନ୍ଦ କରିଦିଅନ୍ତୁ ଫୋନ୍ ,ଶକ୍ତିଶାଳୀ ହେବ ମାଇଣ୍ଡ୍

Table of Content

ଆଜିର ଧାଁ-ଦଉଡ଼ ଦୁନିଆରେ ଆମ ମସ୍ତିଷ୍କ ସବୁବେଳେ ଫୋନ୍, ଟିଭି, କମ୍ପ୍ୟୁଟର ଏବଂ ଚାରିପାଖର କୋଳାହଳରେ ଭରି ରହିଥାଏ । ସକାଳୁ ରାତି ପର୍ଯ୍ୟନ୍ତ ଆମେ ସୂଚନାର ଏକ ଅସନ୍ତୁଳିତ ବୋଝ ବୋହି ଚାଲିଥାଉ । କିନ୍ତୁ ବୈଜ୍ଞାନିକମାନେ ଏବେ ଏକ ଅତ୍ୟନ୍ତ ସରଳ ଏବଂ ମାଗଣା ଉପାୟ ଖୋଜି ବାହାର କରିଛନ୍ତି, ଯାହା ଆମ ମସ୍ତିଷ୍କକୁ ପୁନର୍ଜୀବିତ କରିପାରିବ । ସେହି ଉପାୟଟି ହେଉଛି- ନିଜର ସମସ୍ତ ଡିଜିଟାଲ୍ ଡିଭାଇସ୍ ବନ୍ଦ କରିଦିଅନ୍ତୁ ଏବଂ ଦୈନିକ ମାତ୍ର ଦୁଇ ଘଣ୍ଟା ସମ୍ପୂର୍ଣ୍ଣ ନୀରବତାରେ ବସନ୍ତୁ ।

ନ୍ୟୁରୋସାଇଣ୍ଟିଷ୍ଟ ବା ସ୍ନାୟୁ ବିଜ୍ଞାନୀମାନଙ୍କ ମତରେ, ପୂର୍ଣ୍ଣ ନୀରବତା ମସ୍ତିଷ୍କର କୋଷଗୁଡ଼ିକୁ ‘ରିଜେନରେଟ୍’ ବା ପୁନର୍ଜୀବିତ କରିବାରେ ସାହାଯ୍ୟ କରେ । ଏହି ପ୍ରକ୍ରିୟା ମସ୍ତିଷ୍କକୁ ଏତେ ଶକ୍ତିଶାଳୀ କରିଥାଏ ଯେ ଏହାଦ୍ୱାରା ସ୍ମୃତି ଶକ୍ତି ବା ମେମୋରୀ ବହୁତ ଭଲ ହୋଇଥାଏ । ଆମର ଦୈନନ୍ଦିନ ଭାବନା ଏବଂ ମାନସିକ ସ୍ଥିତି ମଧ୍ୟ ସନ୍ତୁଳିତ ରହେ । ଆଧୁନିକ ଜୀବନରେ ସବୁବେଳେ ଲାଗି ରହିଥିବା ଡିଜିଟାଲ୍ କୋଳାହଳ ଯୋଗୁଁ ଆମର ସ୍ନାୟୁତନ୍ତ୍ର କ୍ଳାନ୍ତ ହୋଇଯାଏ, କାରଣ ମସ୍ତିଷ୍କକୁ କ୍ରମାଗତ ଭାବରେ ସେନ୍ସରୀ ଇନଫର୍ମେସନ୍ ପ୍ରୋସେସ୍ କରିବାକୁ ପଡ଼ିଥାଏ।

କିନ୍ତୁ ଯେତେବେଳେ ଆମେ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରୁ, ଶରୀରର ସମସ୍ତ ଶକ୍ତି ମସ୍ତିଷ୍କର ‘ହିପୋକ୍ୟାମ୍ପସ’ ନାମକ ଅଂଶ ଆଡ଼କୁ ପ୍ରବାହିତ ହୁଏ । ହିପୋକ୍ୟାମ୍ପସ ହେଉଛି ମସ୍ତିଷ୍କର ସେହି ସ୍ଥାନ ଯେଉଁଠାରେ ନୂତନ ବ୍ରେନ୍ ସେଲ୍ସ ବା କୋଷ ତିଆରି ହୋଇଥାଏ । ନୀରବତା ଏହି ନୂତନ କୋଷଗୁଡ଼ିକୁ ପୋଷଣ ଯୋଗାଇଥାଏ, ଯାହାଫଳରେ ସେଗୁଡ଼ିକ ଜୀବନ୍ତ ରହନ୍ତି ଏବଂ ପୁରୁଣା ନର୍ଭ ନେଟୱାର୍କ ସହିତ ଯୋଡ଼ି ହୋଇଯାନ୍ତି ।ଆମେରିକାର ପ୍ରସିଦ୍ଧ ଡ୍ୟୁକ୍ ୟୁନିଭରସିଟିର ଗବେଷକମାନେ ଏକ ବଡ଼ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି ଯେ, ଦିନକୁ ଦୁଇ ଘଣ୍ଟାର ନୀରବତା ମସ୍ତିଷ୍କରେ ଗଭୀର ସକାରାତ୍ମକ ପରିବର୍ତ୍ତନ ଆଣିଥାଏ । ଏହି ସମୟରେ ମସ୍ତିଷ୍କ ନିଜର ସମସ୍ତ ଶକ୍ତି ହିପୋକ୍ୟାମ୍ପସରେ ନୂତନ କୋଷ ସୃଷ୍ଟି କରିବାରେ ଲଗାଏ । ବାହ୍ୟ କୋଳାହଳ ଯୋଗୁଁ ଏହି ନୂତନ କୋଷଗୁଡ଼ିକ ଶୀଘ୍ର ମରିଯାଉଥିବା ବେଳେ, ନୀରବତା ସେଗୁଡ଼ିକୁ ସୁରକ୍ଷିତ ରଖେ ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts