ଶିଖ୍‌ ମହିଳାଙ୍କୁ ଦୁଷ୍କର୍ମ ପରେ ଦେଶକୁ ଫେରିଯାଅ ବୋଲି କହିଥିଲେ ଅଭିଯୁକ୍ତ

Table of Content

ୟୁକେର ଓଲ୍ଡବରିର ଏକ ପାର୍କରେ ଜଣେ ୨୦ ବର୍ଷୀୟା ମହିଳାଙ୍କୁ ସ୍ପଷ୍ଟ ଦିବାଲୋକରେ ଦୁଇଜଣ ପୁରୁଷ ଦୁଷ୍କର୍ମ କରିଥିବା ମାମଲାରେ ଏବେ ନୂଆ ନୂଆ ତଥ୍ୟ ହସ୍ତଗତ ହେଉଛି। ପୁରୁଷ ଦ୍ବୟ ମହିଳାଙ୍କ ଦୁଷ୍କର୍ମ ସହ ଆକ୍ରମଣ କରି ‘ତୁମେ ତୁମ ଦେଶକୁ ଫେରିଯାଅ’ ବୋଲି କହିଥିଲେ।

ମଙ୍ଗଳବାର ସକାଳ ୮ଟା ୩୦ ପୂର୍ବରୁ ଟେମ୍ ରୋଡ୍ ନିକଟସ୍ଥ ଏକ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ପୁଲିସ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ଖବର ଅନୁଯାୟୀ, ଏହି ଆକ୍ରମଣକୁ ଏକ ଜାତିଗତ ଘୃଣାର ମାମଲା। ପୁଲିସ୍‌ ଏବେ ସନ୍ଦିଗ୍ଧଙ୍କୁ ଖୋଜିବା ଆରମ୍ଭ କରିଦେଇଛି। 

ଉଭୟ ଆକ୍ରମଣକାରୀ ଦ୍ବୟ ବିଦେଶୀ ବୋଲି ପୁଲିସ୍‌ ବର୍ଣ୍ଣନାରୁ ଜଣାପଡ଼ିଛି। ସେ ଦୁହିଁଙ୍କ ମଧ୍ୟରେ ଜଣଙ୍କର ମୁଣ୍ଡ ଲଣ୍ଡା ହୋଇଥିବା ବେଳେ ସେ ଏକ ଗାଢ଼ ରଂଗର ସ୍ୱେଟସାର୍ଟ ଏବଂ ଗ୍ଲୋଭସ୍ ପିନ୍ଧିଥିଲେ। ସେହିପରି ଅନ୍ୟ ଜଣେ ଏକ ଧୂସର ଟପ୍ ପିନ୍ଧିଥିବା ଦେଖାଯାଇଥିଲା।

ଅଧିକାରୀମାନେ ଏବେ ଏହି ଘଟଣାର ତଦନ୍ତ କରି ସଂପୃକ୍ତ ଅଞ୍ଚଳର ସିସିଟିଭି, ଡ୍ୟାସକ୍ୟାମ୍ କିମ୍ବା ମୋବାଇଲ୍ ଫୁଟେଜ୍ ପାଇଁ ଅପିଲ୍ କରିଛନ୍ତି। ଏହି ଦୁଇ ବ୍ୟକ୍ତିଙ୍କ ସଂପର୍କରେ ଜାଣିଥିବା ଯେକୌଣସି ବ୍ୟକ୍ତିଙ୍କୁ ଆଗକୁ ଆସିବାକୁ ଅନୁରୋଧ କରିଛନ୍ତି। ଏହା ଏକ ଭୟଙ୍କର ଆକ୍ରମଣ ଥିଲା,  ଯେଉଁମାନେ ଏହି ଅଞ୍ଚଳରେ ଦୁଇଜଣ ଲୋକଙ୍କୁ ଦେଖିଛନ୍ତି କିମ୍ବା ସିସିଟିଭି କିମ୍ବା ଡ୍ୟାସକ୍ୟାମ୍ ଫୁଟେଜ୍ ରଖିଛନ୍ତି, ଆମେ ସେମାନଙ୍କୁ ତୁରନ୍ତ ଯୋଗାଯୋଗ କରିବାକୁ ଆହ୍ବାନ କରୁଛୁ, ବୋଲି ୱେଷ୍ଟ ମିଡଲ୍ୟାଣ୍ଡସ୍ ପୁଲିସ ଏକ ବିବୃତ୍ତିରେ କହିଛି। ଏହି ଆକ୍ରମଣ ଶିଖ ସମ୍ପ୍ରଦାୟ ମଧ୍ୟରେ କ୍ରୋଧ ଏବଂ ଭୟ ସୃଷ୍ଟି କରିଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts