୨୦୩୬ ବିକଶିତ ଓଡ଼ିଶା ପାଇଁ ନିତିନ ନବୀନଙ୍କ ୫ ପରାମର୍ଶାତ୍ମକ ରୋଡ୍‌ମ୍ୟାପ୍‌

Table of Content

ରାଜ୍ୟ ନେତାଙ୍କୁ ୫ ସୂତ୍ରୀୟ ମନ୍ତ୍ର ଦେଲେ ନିତିନ ନବୀନ

ଭୁବନେଶ୍ୱରରେ ଆୟୋଜିତ ବିଜେପି ରାଜ୍ୟ କୋର କମିଟି ବୈଠକରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ସହ ଲୋକମୁଖୀ ଶାସନ ବ୍ୟବସ୍ଥା ଉପରେ ଜୋର ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ବିକଶିତ ଓଡ଼ିଶା ଗଠନ ପାଇଁ ସେ ନେତାମାନଙ୍କୁ ୫ଟି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିବା ସୂଚନା ମିଳିଛି।

ବୈଠକରେ ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ବଢ଼ାଇ ତୃଣମୂଳ ସ୍ତରରେ ଦଳକୁ ଶକ୍ତିଶାଳୀ କରିବା ଉପରେ ବିଶେଷ ଆଲୋଚନା ହୋଇଥିଲା। ସାଧାରଣ ଲୋକଙ୍କ ପାଖକୁ ସରକାରୀ ଯୋଜନା ସଠିକ ଭାବେ ପହଞ୍ଚିବାକୁ ନେଇ ମଧ୍ୟ ନିତିନ ନବୀନ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଜନ୍ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିକାଶର ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ଆଗାମୀ ଦିନରେ ସଂଗଠନକୁ ଆହୁରି ସକ୍ରିୟ କରି ଜନସେବାକୁ ପ୍ରାଥମିକତା ଦେବାକୁ ସେ ଆହ୍ୱାନ କରିଛନ୍ତି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts