ନୀଳଗିରି (ବାଲେଶ୍ଵର): ଘଞ୍ଚ ଜଙ୍ଗଲ ଭିତରେ ଭୂଇଁରେ ଲୋଟି ପଡ଼ିଛି ବାଘ । ବାଲେଶ୍ଵର ଜିଲ୍ଲା ନୀଳଗିରି ବନ ବିଭାଗ ଅଧିନ କାଠଗଛି ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଶିକାରୀ ବାର୍ହା ଶିକାର ପାଇଁ ବସାଇଥିବା ଫାଶରେ ପଡ଼ି ଆଖି ବୁଜିଛି କଲରାପତରିଆ ବାଘ ।
ସ୍ଵର୍ଣ୍ଣଚୂଡ଼ ପର୍ବତ ପାଦଦେଶରେ ଥିବା କାଠଗଛି ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ନୀଳଗିରି ଅଞ୍ଚଳରେ ପ୍ରଥମଥର ପାଇଁ ଆଖି ବୁଜିଛି କଲରାପତରିଆ ବାଘ । ବନ ବିଭାଗ ଅଧିକାରୀଙ୍କ ଅନୁସାରେ, “ବାଘର ମୃତ୍ୟୁ କେମିତି ହେଲା, ତାର ତଦନ୍ତ ଆରମ୍ଭ କରିଛୁ । ନିକଟରେ ଫାଶ ପଡ଼ିଥିବାରୁ ସେଥିରେ ପଡ଼ି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।”
