ଯୁକ୍ତରାଷ୍ଟ୍ରର ହ୍ୱାଇଟ୍ ହାଉସ୍ ନିକଟରେ ଏକ ଗୁଳିଚାଳନା ଘଟଣାରେ ଉତ୍ତେଜନା ସୃଷ୍ଟି ହୋଇଛି। ଘଟଣା ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଭିତରେ ଉପସ୍ଥିତ ଥିଲେ, କିନ୍ତୁ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।
ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ସୁରକ୍ଷା ଚେକପୋଷ୍ଟ ନିକଟକୁ ଆସି ତାଙ୍କ ବ୍ୟାଗରୁ ଅସ୍ତ୍ର କାଢ଼ି ସୁରକ୍ଷା କର୍ମୀଙ୍କ ଉପରେ ଗୁଳିଚାଳନା କରିଥିଲେ। ଏହି ଆକ୍ରମଣରେ ସନ୍ଦିଗ୍ଧ ଗୁଣ୍ଡାକୁ ଯୁକ୍ତରାଷ୍ଟ୍ର ସିକ୍ରେଟ୍ ସର୍ଭିସ୍ ଗୁଳି କରି ନିହତ କରିଥିଲା।
ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ଆକ୍ରମଣ ସମୟରେ ସନ୍ଦିଗ୍ଧ ବ୍ୟକ୍ତି ପ୍ରାୟ ୧୫ ରୁ ୩୦ ରାଉଣ୍ଡ ଗୁଳି ଚାଲାଇଥିବା ସୂଚନା ମିଳିଛି, ଯାହାରେ ଅଞ୍ଚଳରେ ଆତଙ୍କ ଏବଂ ହତାଶାର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଯୁକ୍ତରାଷ୍ଟ୍ରର ହ୍ୱାଇଟ୍ ହାଉସ୍ ନିକଟରେ, 17th Street ଏବଂ Pennsylvania Avenue NW ଚେକପୋଷ୍ଟ ଅଞ୍ଚଳରେ ଗୁଳିଚାଳନା ଘଟଣା ଘଟି ଉତ୍ତେଜନା ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଜଣେ ସନ୍ଦିଗ୍ଧ ବ୍ୟକ୍ତି ତାଙ୍କ ବ୍ୟାଗରୁ ଅସ୍ତ୍ର କାଢ଼ି ସିକ୍ରେଟ୍ ସର୍ଭିସ୍ର ଚେକପୋଷ୍ଟ ଏବଂ ସୁରକ୍ଷା ବୁଥ୍ ଉପରେ ପ୍ରାୟ ୧୫ରୁ ୩୦ ରାଉଣ୍ଡ ଗୁଳି ଚାଲାଇଥିଲେ।
ତତ୍କ୍ଷଣାତ୍ ଡ୍ୟୁଟିରେ ଥିବା ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ପ୍ରତିଆକ୍ରମଣ କରି ସନ୍ଦିଗ୍ଧକୁ ଆହତ କରି ଧରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ସେ ମୃତ୍ୟୁବରଣ କରିଥିଲେ।
ଗୁଳିଶବ୍ଦ ଶୁଣିବା ପରେ ସେଠାରେ ଉପସ୍ଥିତ ସାମ୍ବାଦିକମାନେ ତତ୍କ୍ଷଣାତ୍ ପ୍ରେସ୍ ବ୍ରିଫିଂ ରୁମକୁ ନିଆଯାଇଥିଲେ ଏବଂ ସମଗ୍ର ହ୍ୱାଇଟ୍ ହାଉସ୍ ପରିସରକୁ ପ୍ରାୟ ଏକ ଘଣ୍ଟା ପାଇଁ ଲକ୍ଡାଉନ୍ କରାଯାଇଥିଲା।
ଏଫ୍ବିଆଇ ନିର୍ଦ୍ଦେଶକ କାଶ ପଟେଲ ସୂଚନା ଦେଇଛନ୍ତି ଯେ ଏହି ଘଟଣାର ତଦନ୍ତରେ ସିକ୍ରେଟ୍ ସର୍ଭିସ୍ ସହଯୋଗ କରୁଛି। ଏହାସହ ଉଲ୍ଲେଖଯୋଗ୍ୟ, ଏପ୍ରିଲ୍ 25 ତାରିଖରେ ମଧ୍ୟ ହ୍ୱାଇଟ୍ ହାଉସ୍ରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରେ ଏକ ବିଫଳ ହତ୍ୟାଚେଷ୍ଟା ହୋଇଥିବା ରିପୋର୍ଟ ରହିଛି।
